ପାଟଣା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକର ୩୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ସଂଗଠନର ପାଟଣା ବ୍ଲକ ସଂଯୋଜକ ସତ୍ୟ ନାରାୟଣ ମହାନ୍ତ, ସାଧନ କେନ୍ଦ୍ର ସଂଗଠକ ଦ୍ରୌପଦୀ ବେଜ ଓ ରାଜେନ୍ଦ୍ର ନାଏକ ପ୍ରମୁଖ ବ୍ଲକ ଅଞ୍ଚଳର କିଆପଡା, ଜଡ଼ିଚାତର, ପାଟନାଳି, ପଲାଣଘାଟି, ବଣମହୁଲଦିହା ଆଦି ଗ୍ରାମରେ ଶିଶୁ ସଭାର ସଦସ୍ୟ ସଦସ୍ୟାଙ୍କ ସହ ମିଶି ବିଭିନ୍ନ କିସମର ଚାରା ରୋପଣ କରି ପ୍ରତିଷ୍ଠା ଦିବସ ପାଳିଛନ୍ତି। ସେହିପରି ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ପୃଥକ ପୃଥକ ଭାବେ ବିଭିନ୍ନ ଗ୍ରାମରେ ପିକକର ୩୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
Popular Categories



