www.samajalive.in
Sunday, December 7, 2025
16.1 C
Bhubaneswar

ଦେବଗିରି ପାହାଡରେ କାଉଡ଼ିଆଙ୍କର ଭିଡ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ଧାମ ପାହାଡ଼ରେ କାଉଡ଼ିଆଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ବିଭିନ୍ନ ଜିଲ୍ଲାରୁ କାଉଡ଼ିଆ ବା ବୋଲ ବୋମ ଭକ୍ତ ଆସି ଦେବଗିରି ପାହାଡରେ ଥିବା ସ୍ବଟିକ ପଞ୍ଚମୁଖୀ ଶିବ ଲିଙ୍ଗରେ ଜଳାଭିଷେକ କରି ନିଜ ନିଜ ମନସ୍କାମନା ପୁରଣ କରିଥିବା ଦେଖିବାକୁ ମିଳିଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି, କୋରାପୁଟ, ରାୟଗଡା ଜିଲା ସମେତ ଆନ୍ଦ୍ରପ୍ରଦେଶ ର କିଛି ଅଞ୍ଚଳରୁ ବୋଲବୋମ ଧାରୀ କାନ୍ଧରେ ବାହୁଙ୍ଗି ଧରି ତୁଣ୍ଡରେ ଶିବ ମନ୍ତ୍ର କହିବା ସହିତ ଆସିଥିବା ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶିବ ଭଜନ ପକାଇ ଶିବ ଭକ୍ତିରେ ଜଳାଭିଷେକ କରିଥିଲେ । ସମସ୍ତ ଶିବମନ୍ଦିରରେ ବୋଲବମ ଧାରୀ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି । ଏହି ଅବସରରେ ଦେବଗିରି କ୍ରାନ୍ତିକାରୀ ଆଶ୍ରମ ତରଫରୁ  ଦେବଗିରି ଧାମରେ ଆଶ୍ରୟ ନେଇଥିବା ଶିବ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories