www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଭାତ-ରୁଟି ଏକାସହ ଖାଇବା ଉଚିତ କି ଅନୁଚିତ

ଖାଦ୍ୟ ଖାଇବାର ଶୈଳୀକୁ ନେଇ ଅନେକ ନିୟମ ରହିଛି। ତେବେ ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ ଭାତ-ରୁଟି ଏକାଠି ଖାଇବା ଉଚିତ କି ଅନୁଚିତ୍‍। ତେବେ କିଛି ମତାନୁଯାୟୀ, ଭାତ ଓ ରୁଟି ଏକାଠି ଖାଇବା ଉଚିତ ନୁହେଁ। ଏଭଳି କ୍ଷେତ୍ରରେ ବହୁ ପୁରାତନ କାଳରୁ ପୁଷ୍ଟିଯୁକ୍ତ ଆହାର ମଧ୍ୟରେ ସାମିଲ ଥିବା ଗୋଟିଏ ଥାଳିରେ ପରଷା ଯାଉଥିବା ଏହି ଭାତ ଓ ରୁଟିକୁ ନେଇ କିଛି ସ୍ୱତନ୍ତ୍ର ନିୟମ ରହିଛି। ଏହା ଫାଇବର, ଭିଟାମିନ, ଖଣିଜ, କାବ୍ରୋହାଇଡ୍ରେଟ ଓ ପ୍ରୋଟିନର ଏକ ଉତ୍ତମ ଓ ମହତ୍ତ୍ୱପୂର୍ଣ୍ଣ ସ୍ରୋତ। ଜାଣନ୍ତୁ ଏହା ବିଷୟରେ..
ବର୍ତ୍ତମାନ ମନରେ ପ୍ରଶ୍ନ ଆସିଥାଏ,ବାସ୍ତବରେ ରୁଟି ଓ ଭାତ ଅଲଗା ଖାଇବା ଉଚିତ କି ? ଏକାସହ ଖାଇଲେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ।
ମିଳିଥିବା ତଥ୍ୟ ଅନୁଯାୟୀ, ଭୋଜନରେ ଗହମର ଜିନିଷ ଚାଉଳ ଏକାସହ ଖାଇବା କ୍ଷତିକାରକ ନୁହେଁ। ପ୍ରତ୍ୟେକ ଖାଦ୍ୟ ପଦାର୍ଥର ପାଚନ ଭିନ୍ନ ହୋଇଥାଏ। ଯାହା ଭୋଜନରେ ଥିବା ପୋଷକ ତତ୍ତ୍ୱରେ ଉପରେ ମଧ୍ୟ ନିର୍ଭର କରିଥାଏ। ଗହମ ଓ ଚାଉଳରେ ଥିବା ପୋଷକ ତତ୍ତ୍ୱ ପ୍ରାୟତଃ ସମାନ। ମାତ୍ର ଏଥିରେ ଫାଇବରର ମାତ୍ରା ଭିନ୍ନ ଥାଏ। ଗହମରେ ଥିବା ଫାଇବର ସମ୍ପୂର୍ଣ୍ଣ ଭାବେ ରହିଥାଏ, ଯାହା ଶରୀରରେ କିଛି ସମୟ ପରେ ଶର୍କରାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ମାତ୍ର ଭାତ ଖାଇବା ପରେ ଏହା ଶର୍କରାକୁ ହ୍ରାସ ନକରି ଶର୍କରାର ବୃଦ୍ଧିର କାରଣ ହୋଇଥାଏ। ତେଣୁ ଏହାକୁ ଏକାସହ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ଏହାକୁ ଖାଇପାରିବେ। ମାତ୍ର ଏହାକୁ ଖାଇବା ସମୟରେ ପ୍ରଚୁର ପରିମାଣରେ ଫାଇବର ଥିବା ପନିପରିବା ଓ ସାଲାଡ ନିଶ୍ଚୟ ଖାଆନ୍ତୁ।
ସେହିଭଳି ଅନ୍ୟ ଏକ ତଥ୍ୟ ଅନୁଯାୟୀ, ଭାତ ଓ ରୁଟିକୁ ଏକାଠି ଖାଇବା ଉଚିତ ନୁହେଁ। ଗୋଟିଏ ସମୟରେ ଭାତ ଓ ଅନ୍ୟ ଏକ ସମୟରେ ରୁଟି ଖାଇବା ଉଚିତ। ୨ ଘଣ୍ଟା ମଧ୍ୟରେ ଏହାକୁ ସେବନ କରି ପାରିବେ। ଭାତରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ। ତେଣୁ ଏହାକୁ ଏକାଠି ଖାଇବା ଦ୍ୱାରା ସଠିକ ଭାବେ ହଜମ ହେବାରେ ବାଧା ସୃଷ୍ଟି ହେବା ସହ ପୋଷକ ତତ୍ତ୍ୱ ଅବଶୋଷିତ ହୋଇ ଶରୀରକୁ ମିଳି ପାରେ ନାହିଁ। କେତେକ ସମୟରେ ବଦହଜମି ହୋଇଥାଏ।
ଏହି ଭାତ ଓ ରୁଟିକୁ ନେଇ ଭିନ୍ନ ତଥ୍ୟ ରହିଥିବାରୁ ରୁଟି ଓ ଭାତ ଏକାଠି ଖାଇବା ପରେ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ନହେଲେ ଏକାଠି ଖାଇପାରିବେ। ମାତ୍ର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଏକାଠି ଖାଇବା ଉଚିତ ନୁହେଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories