www.samajalive.in
Thursday, December 11, 2025
15.1 C
Bhubaneswar

ଆନ୍ଧ୍ର ସରପଞ୍ଚଙ୍କ ମହାନତା; ହଜିଲା ନାବାଳିକାକୁ ଘରେ ଛାଡ଼ିଲେ

ପାତ୍ରପୁର: ଜଣେ ମୁକ ଆଦିବାସୀ ନାବାଳିକା ମଙ୍ଗଳବାର ବାଟ ହୁଡ଼ି ଆନ୍ଧ୍ରର ଏକ ଗ୍ରାମକୁ ଚାଲି ଯାଇଥିଲେ। ଏହାପରେ ପରିବାର ସନ୍ଧାନ ପାଇଁ ବିଭିନ୍ନ ସମ୍ପର୍କୀୟଙ୍କୁ ପଚାରି ନିରାଶ ହୋଇଥିଲେ। ଝିଅଟି ସମ୍ପର୍କରେ ଖବର ପ୍ରଚାରିତ ହେବାପରେ ପଞ୍ଚାୟତର ସରପଞ୍ଚ ତାଙ୍କୁ ଉଦ୍ଧାର କରିବା ସହ ବୁଧବାର ସକାଳେ ନିଜ ଗ୍ରାମକୁ ନେଇ ପରିବାର ପାଖରେ ଛାଡିଛନ୍ତି। ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଗତକାଲି ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତ ଖାରିଆନାଳ ଆଦିବାସୀ ଗ୍ରାମର ଜଣେ ୧୫ ବର୍ଷୀୟା ମୁକ ନାବାଳିକା ସାଇକେଲ ଯୋଗେ ଆନ୍ଧ୍ର ଶାସନ ପଂଚାୟତର ଅରଖପଦା ଗ୍ରାମକୁ ବାଟ ହୁଡ଼ି ଚାଲିଯାଇଥିଲା। ତେବେ ଗ୍ରାମ ପାର ହୋଇ ବାହୁଦା ନଦୀ ନିକଟରେ ଅଟକି କାନ୍ଦୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ଗ୍ରାମର ଲୋକମାନେ ଏ ବିଷୟରେ ଜାଣି ପାରିଥିଲେ। ଏପରିକି ଲୋକମାନେ ତାଙ୍କୁ ପଚାରିବାରେ କୌଣସି ଉତ୍ତର ପାଇ ନଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ତୁରନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ଖବର ପାଇ ସରପଞ୍ଚ ପୂର୍ଣ୍ଣବାସୁ ପହଞ୍ଚି ଝିଅକୁ ଉଦ୍ଧାର କରି ନିଜ ଗ୍ରାମ ଶାସନକୁ ନେଇଥିଲେ। ତେବେ ସନ୍ଧ୍ୟା ହୋଇଥିବାରୁ ଝିଅଟିକୁ ତାଙ୍କରି ଭଉଣୀ ପାଖରେ ଛାଡିବା ସହ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ। ଏହି ଖବର ସମ୍ପର୍କରେ ସେହି ଗ୍ରାମରେ ବିବାହ କରିଥିବା ପାତ୍ରପୁର ବ୍ଳକ ତୁରୁବୁଡିର ଜଣେ ବ୍ୟକ୍ତି ଶୁଣି ସ୍ଥାନୀୟ ସମାଜ ପ୍ରତିନିଧିଙ୍କୁ ବିଳମ୍ବିତ ରାତିରେ ଜଣାଇଥିଲେ। ଖବର ପାଇ ପ୍ରତିନିଧି ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ଏ ସମ୍ପର୍କରେ ପୋଷ୍ଟ କରିବା ପରେ ପୂର୍ବତନ ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ନାବାଳିକାଙ୍କ ଠିକଣା ସୂଚନା ଦେଇଥିଲେ। ଠିକଣା ମିଳିବା ପରେ ଆଜି ସକାଳେ ସରପଞ୍ଚ ଏହି ନାବାଳିକା ମୁକ ଝିଅକୁ ପ୍ରାୟ ୩୫ କିଲୋମିଟର ଖାରିଆନାଳ ଗ୍ରାମରେ ପହଞ୍ଚାଇବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ମାଆ ଶଶୀ ଶବରଙ୍କ ପାଖରେ ଛାଡିଥିଲେ। ତେବେ ପଡ଼ୋଶୀ ଆନ୍ଧ୍ରର ଜଣେ ସରପଞ୍ଚଙ୍କ ଏହି କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories