www.samajalive.in
Sunday, December 7, 2025
16.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଏହି ଉପାୟ

ବର୍ତ୍ତମାନ ସମୟରେ ମଧୁମେହ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବା ସହ ମାରାତ୍ମକ ରୋଗ ପାଲଟିଛି। ନିୟମିତ ଔଷଧ ସେବନ ସହ ସଠିକ ଖାଦ୍ୟ ସେବନ ଓ ବ୍ୟାୟାମ କରିବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇ ରହିଥାଏ। ରକ୍ତରେ ଶର୍କରା ଅନେକ ସମୟରେ ମଧୁମେହ ରୋଗୀଙ୍କର କମ ଓ ବେଶୀ ହୋଇଥାଏ। ଏହା ଅନେକ ସମୟରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ବିଶେଷଜ୍ଞ ମଧୁମେହ ରୋଗୀଙ୍କୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥାଆନ୍ତି।
ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଲାଉ ଓ ସଜନା ଶାଗର ଜୁସ୍‍ କୁ ପିଇପାରିବେ। ସପ୍ତାହକୁ ୨ ଥର ସକାଳର ଜଳଖିଆ ପରେ କିମ୍ବା ରାତି ଖାଇବା ପରେ ଏହାକୁ ପିଇ ପାରିବେ। ଏହା ବ୍ୟତୀତ ନିୟମିତ ଅଁଳା ଓ ହଳଦୀର ସେବନ କରନ୍ତୁ।
ଚିିନି,ଦହି, ଅଧିକ ଛଣାଛଣି,ମଇଦା ଜାତୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟରେ ଯଅର ଅଟା ସାମିଲ କରନ୍ତୁ। ଭୋଜନ ପରେ କିଛି ସ୍ୱତନ୍ତ୍ର ଯୋଗାଆସନ କରନ୍ତୁ।
ନିଜ ଖାଦ୍ୟରେ ପାଳଙ୍ଗ ଶାଗ, ମେଥି, ଲାଉ, ଟମାଟୋ, କଲରା, ସଜନା ଛୁଇଁ, ଜାମୁକୋଳି, ସେଓ, ଅଁଳା, ଅମୃତଭଣ୍ଡା, ଡାଳିମ୍ବ ଆଦି ଅଧିକ ସାମିଲ କରନ୍ତୁ।
ପ୍ରତିଦିନ କିଛି ପ୍ରାଣାୟାମ କରିବା ଦ୍ୱାରା ନିୟମିତ ୩୦୦୦ ରୁ ୫୦୦୦ ପାଦ ଚାଲନ୍ତୁ। ଚାଲିବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିଥାଏ।
ଏକ ଗ୍ଲାସ ପାଣିରେ ଏକ ଚାମଚ ଅଁଳା ଓ ଏକ ଚାମଚ ହଳଦୀ ମିଶାଇ ଭୋଜନ କରିବାର ୧ ଘଣ୍ଟା ପୂର୍ବରୁ ପିଅନ୍ତୁ। ରାତିରେ ହାଲକା ଖାଦ୍ୟ ଖାଆନ୍ତୁ। ବିଭିନ୍ନ ସୁପ୍‍, ଡାଲି ପାଣି,ପନିପରିବାର ସନ୍ତୁଳା ଖାଆନ୍ତୁ।
ସକାଳ ୯ଟା ପୂର୍ବରୁ ୨୦ ମିନିଟ ହାଲକା ସୂର୍ଯ୍ୟଙ୍କ ରଶ୍ମୀରେ ରୁହନ୍ତୁ। ପ୍ରତିଦିନ ଅତି କମରେ ୪୫ ମିନିଟ ଯୋଗ ଓ ପ୍ରାଣାୟମ କରନ୍ତୁ।
ଅଧିକ ମସଲା ଓ ବାହାରର ଛଣାଛଣି ଜିନିଷ ଖାଆନ୍ତୁ ନାହିଁ।
ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସାରେ ରୁହନ୍ତୁ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories