www.samajalive.in
Monday, December 8, 2025
24.1 C
Bhubaneswar

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଟୋକିଓ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ଘଟିଛି। ଶନିବାର ସକାଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳେ ନାରା ସହରରେ ଏକ ସଭାରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଥିଲା।

ତାଙ୍କର ପିଠିରେ ଗୁଳି ବାଜିଥିଲା ଓ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଜାପାନର ରାଷ୍ଟ୍ରୀୟ ଗଣମାଧ୍ୟମର ଖବର ଅନୁସାରେ ୨ଟି ଗୁଳି ଚଳାଯିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏନ୍‍.ଏଚ୍‍.କେ ଟେଲିଭିଜନ କହିଛି ପୁଲିସ ୟାମାଗାମି ତେତସୁୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସେହି ବ୍ୟକ୍ତି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଅଣାଯାଇଛି । ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି । ତାହା ଏକ ଦେଶୀ ବନ୍ଧୁକ ବୋଲି ଜଣାପଡିଛି ।
୪୧ବର୍ଷ ବୟସ୍କ ସେହି ସନ୍ଦିଗ୍ଧ ବ୍ୟକ୍ତି ଗୁଳିଚାଳନାକରିଥିବା ନାରା ସହରର ବାସିନ୍ଦା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories