୧୮,୮୧୫ ନୂଆ ସଂକ୍ରମିତ ଚିହ୍ନଟ ; ଆରୋଗ୍ୟ ହାର ୯୮.୫୧%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ଆଉ ୧୮,୮୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୫ ଲକ୍ଷ ୮୫ ହଜାର ୫୫୪କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୪ କୋଟି ୨୯ ଲକ୍ଷ ୩୭ ହଜାର ୮୭୬ରେ ପହଞ୍ଚିଛି । ଦେଶରେ କରୋନା ଆରୋଗ୍ୟ ହାର ୯୮.୫୧% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ହଜାର ୩୪୩ରେ ପହଞ୍ଚିଛି।

prayash

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ହଜାର ୩୩୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ  ସକ୍ରିୟ ଆକ୍ରାନ୍ତ ହାର ୦.୨୮ % ରହିଛି।

kalyan agarbati

Comments are closed.