www.samajalive.in
Wednesday, December 10, 2025
26.1 C
Bhubaneswar

ଏଭଳି ଶୈଳୀରେ ପ୍ରସ୍ତୁତ କଲେ ଭାତ ; ମିଳିବ ଅଧିକ ଲାଭ

ଚାଉଳ କାର୍ବୋହାଇଡ୍ରେଟରେ ଭରପୁର ଥିବା ଏଭଳି ଏକ ଖାଦ୍ୟ,ଯାହା ଅନେକ ଦେଶର ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି। ଏହାକୁ ଭାରତ,ଚୀନ ଓ ଦକ୍ଷିଣ ପୂର୍ବ ଏସିଆ ସହ ଅନ୍ୟ କେତେକ ଦେଶରେ ଅଧିକ ସେବକ କରାଯାଏ। ବିଭିନ୍ନ ପ୍ରକାରର ଚାଉଳ ରହିଛି। ବିଭିନ୍ନ ଚାଉଳର ଭିନ୍ନ ଭିନ୍ନ ଉପକାରୀ ଗୁଣ ରହିଛି। ଚାଉଳରେ କାବ୍ରୋହାଇଡ୍ରେଟ ବ୍ୟତୀତ ପ୍ରୋଟିନ ଓ ଫାଇବର ମାତ୍ରା ମଧ୍ୟ ରହିଛି।
ଚାଉଳରୁ ଭାତ ପ୍ରସ୍ତୁତି କରିବାର କଥା ଆସିଲେ , ଅଧିକାଂଶ ଲୋକେ ଚାଉଳକୁ ଦୁଇ ପ୍ରକାରର ଶୈଳୀରେ ପ୍ରସ୍ତୁତି କରିବାକୁ ପସନ୍ଦ କରିଥାଆନ୍ତି। ପ୍ରଥମ ଶୈଳୀରେ ଚାଉଳକୁ ପାଣିରେ ଫୁଟାଇ ,ପ୍ରସ୍ତୁତ ପରେ ପେଜ ଛାଣି ଦିଆଯାଏ। ୨ୟ ଶୈଳୀରେ ଭାତକୁ ଏଭଳି ପ୍ରସ୍ତୁତ କରାଯାଏ.ଯେଭଳି ପେଜ ବାହାର କରିବାକୁ ପଡିବ ନାହିଁ। ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଚାଉଳର ଲାଭକାରୀ ଗୁଣ ପାଇବା ପାଇଁ ଏହାକୁ ପ୍ରସ୍ତୁତ କରିବାରେ ସଠିକ ଶୈଳୀ କ’ଣ?
ଆୟୁର୍ବେଦ ଅନୁଯାୟୀ, ଆୟୁର୍ବେଦରେ ଚାଉଳକୁ ଔଷଧ ଭଳି ଗ୍ରହଣ କରାଯାଇଛି। ଚାଉଳ ଆୟୁର୍ବେଦରେ ସାମିଲ ହେଉଥିବା ପ୍ରଥମ ଖାଦ୍ୟ ବୋଲି ମାନ୍ୟତା ରହିଛି। ଚାଉଳ ହାଲକା ହେବା ସହ ସହଜରେ ହଜମ ହୋଇଥାଏ। ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରୀ ଗୁଣ ପାଇବାକୁ ଏହାକୁ କିଭଳି ପ୍ରସ୍ତୁତି କରିବାକୁ ହୁଏ,ତାହା ଜାଣିବା ନିତାନ୍ତ ଆବଶ୍ୟକ।
ପ୍ରଥମ ଶୈଳୀ – ସର୍ବ ପ୍ରଥମେ ଚାଉଳରୁ ଅପରିସ୍କାର ପାଣି ବାହାରିବା ଯାଏଁ ଏହାକୁ ଭଲ ଭାବେ ଧୁଅନ୍ତୁ। ଅନ୍ୟ ଚାଉଳ ତୁଳନାରେ ବାସୁମତୀ ଚାଉଳ କମ ପରିମାଣରେ ଖାଆନ୍ତୁ। ମାସକୁ ଥରେ ଏହାକୁ ଖାଇ ପାରିବେ।ବାସୁମତୀ ଚାଉଳ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ।
କିଛି ଲୋକେ ଭାତ ପ୍ରସ୍ତୁତି କରିବା ସମୟରେ ଏକ ଭୁଲ ଶୈଳୀ ଆପଣାଇ ଥାଆନ୍ତି। ତାହା ହେଉଛି ପାଣିରେ ଚାଉଳ ଧୋଇ ସେହି ପାଣି ସହ ଚାଉଳକୁ ହାଣ୍ଡିରେ ପକାଇ ଥାଆନ୍ତି। ମାତ୍ର ଏପରି କରିବା ପରିବର୍ତ୍ତେ ପ୍ରଥମେ ଗ୍ୟାସରେ ପାତ୍ର ବସାଇ ପାଣି ଭଲ ଭାବେ ଫୁଟିବା ପରେ ଚାଉଳକୁ ଧୋଇ ପକାନ୍ତୁ। ମାତ୍ର ଧୋଇଥିବା ପାଣି ପକାନ୍ତୁ ନାହିଁ।
ଚାଉଳକୁ ଧୋଇବା ପରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ଭାତ ପ୍ରସ୍ତୁତି କରିବାର ୧ ଘଣ୍ଟା ପୂର୍ବରୁ ଏହାକୁ ବତୁରାଇ ରଖନ୍ତୁ। ଆୟୁର୍ବେଦ ଅନୁଯାୟୀ
ଭାତ ଓ ଡାଲି ପ୍ରସ୍ତୁତ କରିବା ପୂର୍ବରୁ ଚାଉଳ ଓ ଡାଲିକୁ ବତୁରାଇ ରାନ୍ଧିଲେ ଏହାର ପୋଷକ ତତ୍ତ୍ୱ ଦ୍ୱିଗୁଣିତ ହୋଇ ଯାଏ।
ଭାତ ପ୍ରସ୍ତୁତି କରିବା ସମୟରେ ଏହାକୁ ଭଲ ଭାବେ ଢାଙ୍କୁଣି ଘୋଡାଇ ପ୍ରସ୍ତୁତ କରନ୍ତୁ। ଫୁଟିବା ପରେ ଭଲ ଭାବେ ସିଝିବା ଯାଏଁ ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ଭାତକୁ ଘାଣ୍ଟନ୍ତୁ। ନରମ ଭାବେ ସିଝିଗଲେ ଏଥିରୁ ପେଜକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ଡାଲି ସହ ଖାଆନ୍ତୁ।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories