www.samajalive.in
Wednesday, December 10, 2025
26.1 C
Bhubaneswar

ମାତୃହନ୍ତା ପୁଅ ; ପନିକିରେ ହାଣି କଲା ହତ୍ୟା

ସାଲେପୁର : ମାତୃହନ୍ତା ପୁଅର ନାରକୀୟକାଣ୍ଡ। କଟକ ଜିଲା ସାଲେପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଆଜି ସାମ୍ନାକୁ ଆସିଛି। ଘରୋଇ କଳହକୁ କେନ୍ଦ୍ର କରି ମାଆକୁ ପନିକିରେ ହାଣି ହତ୍ୟା କରିଛି ନୃଶଂସ  ପୁଅ। ନିଶ୍ଚିନ୍ତକୋଇଲି ଥାନା ସୁକରପଡାରେ ଏଭଳି ହତ୍ୟାକାଣ୍ଡ ଘଟିଛି।
ସୂଚନାନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗ୍ରାମର ଏହି ଘଟଣା। ପୁଅକୁ ରୋଜଗାର କରିବା ପାଇଁ ମାଆ କହିବାରୁ କ୍ରୋଧରେ ଏକ ପନିକିରେ ପୁଅ ମାଆର ବେକକୁ ହାଣି ଦେଇ ହତ୍ୟା କରି କେଉଁଆଡେ ଫେରାର ହୋଇଯାଇଛି। ଏହି ଗ୍ରାମର ଗୌରାଙ୍ଗ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ବାଇଁ ତାଙ୍କ ୨୨ ବର୍ଷିୟ ପୁଅ ଜିତେନ୍ଦ୍ରକୁ ସକାଳେ ଆମ୍ବ କାଟି ଖାଇବାକୁ ଦେବା ସମୟରେ ଏଭଳି କାଣ୍ଡ ଘଟିଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories