www.samajalive.in
Saturday, December 6, 2025
26.1 C
Bhubaneswar

ଅନେକ ସମସ୍ୟା ଦୂର କରେ ଚାଉଳ ; ଜାଣନ୍ତୁ କିଛି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ କୌଣସି ପ୍ରକାର ରୋଗ କିମ୍ବା ମାନସିକ ଅଶାନ୍ତି ଲାଗି ରହୁଥିଲେ ଏହାକୁ ଦୂର କରିବା ପାଇଁ କିଛି ବିଶେଷ ଉପାୟ ରହିଛି। ପୂର୍ଣ୍ଣିମା ଦିନ ଚାଉଳ କ୍ଷୀରୀ ପ୍ରସ୍ତୁତ କରି ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ। ଏହାକୁ ଅସହାୟଙ୍କୁ ଦାନ କରନ୍ତୁ। ଏହି ଉପାୟ ଦ୍ୱାରା ଖୁବ ଲାଭ ମିଳିବ। ଏହାସହ ଦୁଃସ୍ୱପ୍ନ ମଧ୍ୟ ଆସିନଥାଏ।
ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କର କୃପା ପ୍ରାପ୍ତି ପାଇଁ, ଆର୍ଥିକ ସମସ୍ୟା ଦୂର ପାଇଁ ଭଗବାନଙ୍କୁ କ୍ଷୀରି ଅର୍ପଣ କରନ୍ତୁ। ମଙ୍ଗଳବାର ଦିନ ଭଗବାନ ଶିବଙ୍କ ନିକଟରେ କ୍ଷୀରି ଭୋଗ କରିବା ସହ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ କ୍ଷୀରି ଭୋଗ ଅର୍ପଣ କରନ୍ତୁ।
ପିତୃଦୋଷ,ଶନି ଦୋଷ ଓ ସୂର୍ଯ୍ୟଗ୍ରହଙ୍କ ସହ ଜଡିତ ସମସ୍ୟା ଦୂର ପାଇଁ ଚାଉଳ ଦାନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଅସହାୟଙ୍କୁ ଚାଉଳ ଦାନ କରନ୍ତୁ। ଶନିଦୋଷରୁ ମୁକ୍ତି ପାଇଁ ଚାଉଳରେ କଳା ରାଶି ମିଶାଇ ଦାନ କରନ୍ତୁ। ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ପାଇଁ ଚାଉଳରେ ଅଳ୍ପ ହଳଦୀ ମିଶାଇ ଦାନ କରନ୍ତୁ।
ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ,ଟଙ୍କା ଆଦୌ ସଞ୍ଚୟ ହୋଇ ପାରୁ ନଥିଲେ ପର୍ସରେ ଗୋଟା ୭ଟି ଚାଉଳ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ରଖନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ। ଧନବୃଦ୍ଧି ମଧ୍ୟ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମା’ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇଁ ଓ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ଘରର ମହିଳା ଅନ୍ୟ ଜଣେ ମହିଳାଙ୍କୁ ଚାଉଳ ଦାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories