www.samajalive.in
Sunday, December 14, 2025
14.1 C
Bhubaneswar

ସେବା ଓ ସେବକ ସପ୍ତାହ ଅବସରରେ ପ୍ରତିଯୋଗୀଙ୍କୁ ପୁରସ୍କାର

ବାଙ୍କୀ: ଗୁରୁବାର ‘ସମାଜ’ ପକ୍ଷରୁ ପାଳନ କରାଯାଉଥିବା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଦଧିବାମନଜୀଉ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରତିଯୋଗୀତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କାର ବିତରଣ କରାଯାଇଛି। ପ୍ରଧାନ ଶିକ୍ଷକ ଗଗନ ବିହାରୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ବକ୍ତୃତା ପ୍ରତିଯୋଗୀତାରେ ସିପୁନ କୁମାର ସାହୁ, ପ୍ରତ୍ୟାସା ବାରିକ, ପ୍ରିତୀମୟୀ ସାହୁ,ଚିତ୍ରାଙ୍କନ ପ୍ରତିଯୋଗୀତାରେ ରୁପାଲି ରାଉତ, ପ୍ରଜ୍ଞାପରମିତା ଦାସ,ରୂପାଲି ନାୟକ ଏବଂ ସାଧାରଣଜ୍ଞାନ ପ୍ରତିଯୋଗୀତାରେ ଆଶୁତୋଷ ସାହୁ, ନିରାକାର ସାମନ୍ତରାୟ ଓ ସୁଭମ ମହାପାତ୍ର ଯଥାକ୍ରମେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାରୀ ପୁରସ୍କାର ଗ୍ରହଣ କରିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories