www.samajalive.in
Saturday, December 6, 2025
19.1 C
Bhubaneswar

ରଥଯାତ୍ରା ନିମନ୍ତେ ପ୍ରଶାସନ ଓ ସେବାୟତ ମଧ୍ୟରେ ପ୍ରସ୍ତୁତି ଵୈଠକ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ତହସିଲ୍ କାର୍ଯ୍ୟାଳୟଠାରେ ତହସିଲଦାର ସୁଧାକର ରଇତଙ୍କ ଅଧ୍ୟକ୍ଷତା ରେ ବ୍ଲକ ଅଧକ୍ଷ ଅମ୍ରିତା କାଡ୍ରାକା ଓ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲିଙ୍କ ଉପସ୍ଥିତିରେ ରଥଯାତ୍ରା ପାଳନ ନିମନ୍ତେ ପୃଥକ ପୃଥକ ଭାବେ ଆନୁଷ୍ଠାନିକ ବୈଠକ ହୋଇଥିଲା। ପ୍ରଥମେ ବୈଠକରେ ସମସ୍ତ ବିଭାଗର କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ବନ ବିଭାଗ, ରାଜସ୍ୱ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ, ସ୍ୱାସ୍ଥ୍ୟ , ଶିକ୍ଷା ବିଭାଗ ସହ ଅନ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ରଥ ଯାତ୍ରା ସମୟରେ ଶୃଙ୍ଖଳା ବ୍ୟବସ୍ଥା ଧ୍ୟାନରେ ରଖି ଭକ୍ତଙ୍କ ଭିଡ଼କୁ ଦେଖି ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପାଇଁ ପ୍ରସ୍ତୁତ ରହିବା ସହ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପୁଲିସ ପ୍ରଶାସନକୁ କୁହାଯାଇଥିଲା।
ସେହିପରି ପାନୀୟ ଜଳ ବ୍ୟବସ୍ଥା , ଭ୍ରାମ୍ୟମାନ ଡାକ୍ତରୀ ଦଳଙ୍କ ଉପସ୍ଥିତି ରହିବା ଏବଂ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ବ୍ଲିଚିଙ୍ଗ ପାଉଡର ପକାଇବାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ରଥ ନିକଟରେ ଦୋକାନୀଙ୍କୁ ଗୋଟିଏ ପାର୍ଶ୍ୱ କରିବା ପାଇଁ କୁହାଯାଇଛି। ଅଗ୍ନିଶମ ବିଭାଗକୁ ସର୍ବଦା ସତର୍କ ରହିବାକୁ କୁହାଯାଇଛି।  ବିଭିନ୍ନ ସ୍ଥାନରେ ବିଜୁଳି ତାରକୁ ଉଠାଇ ରଥ ଯାତ୍ରା ବାଧା ସୃଷ୍ଟି ନହୁଏ ସେଥିପାଇଁ ଯତ୍ନ ବାନ ହେବାକୁ କୁହାଯାଇଛି। ଏହାପରେ ଦ୍ଵିତୀୟ ବୈଠକରେ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସଂଘ ଓ ସେବାୟତଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଗୁଣ୍ଡିଚା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୂଜାବିଧି ଯଥା ରୀତି ନୀତି ଅନୁସାରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇବା ପାଇଁ ପ୍ରଶାସନ ଓ କମିଟି ପକ୍ଷରୁ ନିବେଦନ କରାଯାଇଥିଲା । ଏଥିରେ ସମସ୍ତ ସେବାୟତ ରହି ଠାକୁରଙ୍କ କାର୍ଯ୍ୟକୁ ତୁଲାଇବା ପାଇଁ କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories