www.samajalive.in
Monday, December 8, 2025
24.1 C
Bhubaneswar

ଭୁଲ ଶୈଳୀରେ ଖାଦ୍ୟ ସେବନ ; ହୋଇଥାଏ ରୋଗର କାରଣ

ସଠିକ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ସଭିଏଁ କମ ରୋଗଗ୍ରସ୍ତ ହୋଇଥାଆନ୍ତି। ଉତ୍ତମ ଖାଦ୍ୟପେୟ ଦ୍ୱାରା ଶରୀର ସୁସ୍ଥ ରହିଥାଏ। ସେହି ଭଳି ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଏକତ୍ରିତ ଖାଇବା ଦ୍ୱାରା ବିିଭିନ୍ନ ରୋଗର କାରଣ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ….
ଅନେକ ସମୟରେ ସ୍ୱାଦ ବଢାଇବା ପାଇଁ ଏଭଳି କିଛି ଖାଦ୍ୟକୁ ଏକାଠି ଖାଇଥାଆନ୍ତି,ଯାହାଦ୍ୱାରା ପେଟରେ ଯନ୍ତ୍ରଣା,ଗ୍ୟାଷ୍ଟ୍ରିକ, ଖାଦ୍ୟ ହଜମ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ଚିନ୍ତାର କାରଣ ପାଲଟିଥାଏ।
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଜଳଖିଆ ହେଉ ଅଥବା ଅନ୍ୟ ସମୟରେ ଚିଜ୍‍ ଫ୍ରୁଟ୍ସ କେକ୍‍,ଚିଜ୍‍ ଆମଲେଟ୍‍ ଆଦି ପ୍ରସ୍ତୁତ କରିଥାଆନ୍ତି। ମାତ୍ର ଚିଜ୍‍ ସହ ମାଂସ, ଦହି, କ୍ଷୀର ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ପାଚନ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଅନେକ ଲୋକେ ଲେମ୍ବୁ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ସାଲାଡ ଠାରୁ ଆରମ୍ଭ କରି ଫଳ ଖାଇବା ସମୟରେ ମଧ୍ୟ ଲେମ୍ବୁ ରସ ଖାଇ ଥାଆନ୍ତି।ମାତ୍ର କାକୁଡି,ଟମାଟୋ ଓ ଦହି ସହ ଲେମ୍ବୁ ମିଶାଇ ଆଦୌ ଖାଆନ୍ତୁ ନାହିଁ।
ମହୁକୁ କଦାପି ଗରମ କରି ଖାଆନ୍ତୁ ନାହିଁ। ଏହା ପାଚନ ଉପରେ କୁପ୍ରଭାବ ପକାଇଥାଏ।
ଫଳ ଖାଇବା ସମୟରେ କ୍ଷୀର ପିଅନ୍ତୁ ନାହିଁ। ଫଳ ସହ କ୍ଷୀର ଏକାଠି ସେବନ କଲେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅନେକ ଲୋକେ ସକାଳର ଜଳଖିଆରେ ତରଭୂଜ, ସହ ଅଣ୍ଡା,ଛଣାଛଣି କିମ୍ବା କ୍ଷୀର ମଧ୍ୟ ପିଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଅଧିକାଂଶ ସମୟରେ ଲୋକେ ଚା’ ସହ ପରଟା ଖାଇବାକୁ ପସନ୍ଦ କରିବା ସହ ଖାଆନ୍ତି। ଲୁଣିଆ ଖାଦ୍ୟ ସହ କ୍ଷୀର କିମ୍ବା ଚା’ ଏକାଠି ସେବନ କରିବା ଉଚିତ ନୁହେଁ। ଆୟୁର୍ବେଦରେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ବର୍ଣ୍ଣନା କରାଯାଇଛି।
କୌଣସି ପାନୀୟ ଜିନିଷ ପିଇବା ସମୟରେ ଚିଜ୍‍,ମାଛ,ଦହି ଓ ମାଂସ ଆଦୌ ଏକାଠି ଖାଆନ୍ତୁ ନାହିଁ। ଏହା ଅନେକ ରୋଗର କାରଣ ହୋଇଥାଏ।

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories