www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ

ବଡ଼ସାହି : ଶନିବାର ସନ୍ଧ୍ୟାରେ ପ୍ରତାପପୁର ରାସ୍ତାରେ ଏକ ଟ୍ରାକ୍ଟର (ନଂ ଓଡ଼ି୧୧ଏମ୍‍ ୪୩୬୮)ରୁ  ଖସି ପଡ଼ିବା ଫଳରେ ଜଣେ ଶ୍ରମିକର ଘଟଣା ସ୍ଥଳରେ ମୃତ୍ୟୁ  ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ଡ଼ାହିସାହି ଗ୍ରାମର ବାବୁଲା ମୁର୍ମୁଙ୍କ ପୁଅ ଲାଲମୋହନ(୨୨)। ଖବରଅନୁସାରେ ଏକ ଟ୍ରାକ୍ଟର ବଡ଼ସାହିର ଫ୍ଲାଏଆସ୍‍ ରୁ ଇଟା ନେଇ ଯାଇଥିଲା। ଅନଲୋଡ଼ କରି ଫେରିବା ରାସ୍ତାରେ ଏହି ଅଘଟଣ ଘଟିଥିଲା। ଶ୍ରମିକ ଜଣଙ୍କ ଇଞ୍ଜିନ ଓ ଟ୍ରଲି ମଝିରେ ବସିଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ପଡିଯିବାଫଳରେ ତାଙ୍କ ଉପରେ ଟ୍ରାକ୍ଟର ଚକା ମାଡ଼ିଯାଇଥିଲା। ବଡ଼ସାହି ଦମକଳ ବାହିନୀ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ସାହି ପୁଲିସ୍‍ ଟ୍ରାକ୍ଟରଟିକୁ ଜବତ କରିବାସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories