www.samajalive.in
Wednesday, December 10, 2025
16.1 C
Bhubaneswar

ବଧୂ ହତ୍ୟା ମାମଲା; ଶାଶୂଙ୍କୁ ୭ବର୍ଷ କାରାଦଣ୍ଡାଦେଶ 

ବୌଦ୍ଧ: ବୌଦ୍ଧ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଏକ ବଧୂ ହତ୍ୟା ମାମଲାର  ବିଚାର କରି ଅଭିଯୁକ୍ତା ଶାଶୂକୁ ୭ ବର୍ଷ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି  । ମାମଲାରୁ ପ୍ରକାଶ ଯେ ବାଉଁଶୁଣୀ ଥାନାର ତାଳପଦର ଗ୍ରାମର ରଶ୍ମିତା ବାରିକଙ୍କୁ  କଂଟାମାଳ ଥାନା ବଡଛପାପାଲି ଗ୍ରାମର ପରେଶ ସାହୁ ବୈଦିକ ଅନୁଯାୟୀ ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ବିବାହର ୩/୪ ମାସ ପରେ ସ୍ୱାମୀ ପରେଶ ଓ ଶାଶୂ ସୌଦା ସାହୁ  ୫୦ ହଜାର ଟଙ୍କା ଓ ଗୋଟିଏ ବାଇକ୍‌ ଯୌତୁକ ଆଣିବାକୁ ଦାବି କରିଆସୁଥିଲେ । ଯୌତୁକ ଆଣିବାକୁ ନେଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ମଧ୍ୟ ଦେଇଆସୁଥିଲେ ।  ଏନେଇ ରଶ୍ମିତା ବାପଘର ଲୋକଙ୍କୁ କହିଥିଲେ ।

ରଶ୍ମିତାର ପରିବାର ଲୋକ ଆର୍ଥକ ସ୍ୱଚ୍ଛଳ ନଥିବାରୁ ଯୌତୁକ ଦେଇପାରୁନଥିଲେ ।  ଏହା ଭିତରେ ରଶ୍ମିତାର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗତ ୯.୫.୨୦୧୫ ରିଖରେ ରଶ୍ମିତାଙ୍କ ଦେହ ଖରାପ ଅଛି ତାକୁ ସୋନପୁର ମେଡିକାଲକୁ ନିଆଯାଇଛି ବୋଲି ପରିବାର ଲୋକ ଖବର ପାଇ ସୋନପୁର ମେଡିକାଲକୁ ଯାଇଥିଲେ । ସେଠାରେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କ ବେକରେ ଏକ କଳା ଦାଗ ରହିଥିବାରୁ ଯୌତୁକ ପାଇଁ ତାକୁ ହତ୍ୟା କରାଯାଇଥିବା ନେଇ ରଶ୍ମିତାର ଭେଣୋଇ ତରଣୀ ଖଟୁଆ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ ପରେ କଣ୍ଟାମାଳ ଥାନା ପକ୍ଷରୁ ଥାନା କେସ ନଂ ୪୧/୧୫ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

- Advertisement -

ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶାଶୂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା  । ପରେ ଏହି ମାମଲାଟି ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ବିଚାର ହୋଇଥିଲା ।  ଅଭିଯୁକ୍ତ ସ୍ୱାମୀ ପରେଶ ଜାମିନ ପାଇବା ପରେ ଫେରାର ହୋଇଯାଇଥିଲା ।  କିନ୍ତୁ ମାମଲାଟି ଶାଶୂ ସୌଦାଙ୍କ ପାଇଁ  ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୫ ଜଣ  ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ଜିଲା ଦୌରାଜଜ  ବିକ୍ରମ କୁମାର ପ୍ରଧାନ  ପ୍ରମାଣ ଥିବା ନେଇ ଅଭିଯୁକ୍ତ ଶାଶୁ ସୌଦା ସାହୁଙ୍କୁ  ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ  କରିଛନ୍ତି  ।  ସରକାରଙ୍କ ପକ୍ଷରୁ ମାମଲାକୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories