ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ପହଂଚି ସାରିଛନ୍ତି। ଏମ୍ସିଏଲ୍ ଗେଷ୍ଟ ହାଉସରୁ କଡା ସୁରକ୍ଷାରେ ଯାଇ ପହଂଚିଛନ୍ତି। ୯ଟା ୪୦ରେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ ହୋଇଛି। ସଭିଏଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିମାନବନ୍ଦର ପରିସରରେ ଆଦିବାସୀଙ୍କ ନାଚଗୀତର ଆସର ଜମିଛି। ଦିଲ୍ଲୀ ଯାତ୍ରା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଛନ୍ତି।
ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ କରିଥିବା ବେଳେ ଦ୍ରୌପଦୀଙ୍କୁ ନେଇ ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳୁଛି । ଭୁବନେଶ୍ୱର ସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଶୁଭେଚ୍ଛୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା।
ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ
Popular Categories



