www.samajalive.in
Wednesday, December 10, 2025
26.1 C
Bhubaneswar

ନୱାଜ ସରିଫଙ୍କ ଭାଇ ଶାହାବାଜ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ତଥା ବିରୋଧୀ ଦଳ ନେତା ଶାହାବାଜ ସରିଫଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଦୁର୍ନୀତି ମାମଲା ଆଧାରରେ ଦୁୁର୍ନୀତି ନିରୋଧୀ ସଂସ୍ଥା ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନବିଏ) ଶାହାବାଜଙ୍କୁ ଗିରଫ କରିଛି। ଦୁର୍ନୀତି ମାମଲା ଆଧାରରେ ଶାହାବାଜ ଜେରା ନିମନ୍ତେ ଏନବିଏ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଜେରା ସମୟରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଏନବିଏ ମୁଖପାତ୍ର ନୱାଜିସ୍‍ ଅଲି ଆସିମ୍‍ କହିଛନ୍ତି। ଶନିବାର ତାଙ୍କୁ କୋର୍ଟରେ ହାଜର କରାଯିବ। ଅଭିଯୋଗ ଅନୁଯାୟୀ ଶାହାବାଜ ୧୪୦୦କୋଟି ଟଙ୍କାର ଆସିଆନ ହାଉସିଂ ପ୍ରୋଜେକ୍ଟ ଓ ୪୦୦କୋଟି ଟଙ୍କାର ପଞ୍ଜାବ ସ୍ୱଚ୍ଛ ପାଣି କମ୍ପାନୀ ଦୁର୍ନୀତିରେ ଜଡିତ। ଶାହାବାଜଙ୍କ ନେତୃତ୍ୱରେ ପଞ୍ଜାବର ପୂର୍ବତନ ସରକାର ସ୍ୱଚ୍ଛ ପାଣି କମ୍ପାନୀ ଗଠନ କରିଥିଲେ। ପଞ୍ଜାବ ପ୍ରଦେଶର ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଣ ଯୋଗାଇ ଦେବା ପାଇଁ ଏହି କମ୍ପାନୀ ସ୍ଥାପନ କରାଯାଇଥିଲା। ସେହିପରି ଆସିଆନ ହାଉସିଂ ପ୍ରକଳ୍ପରେ ଶାହାବାଜ ନିଜ ସମ୍ପର୍କୀୟଙ୍କୁ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଠିକା ଦେଇଥିଲେ। ଗତ ଜୁଲାଇରେ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍‍ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୧ବର୍ଷ ଓ ୮ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ। ତେବେ ଇସଲାମାବାଦ ହାଇକୋର୍ଟ ସେମାନଙ୍କୁ ଜାମିନରେ ମୁକ୍ତ କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories