www.samajalive.in
Friday, December 12, 2025
19.1 C
Bhubaneswar

ଜ୍ୱରରେ ପୀଡିତ ଶ୍ରୀଜୀଉ : ଚାଲିଛି ପଟି ଦିଅଁଙ୍କ ପୂଜା

ସ୍ନାନବେଦୀରେ ୧୦୮ ଗଡୁ ଜଳରେ ସ୍ନାନ କରି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଏବେ ଜ୍ୱରରେ ପୀଡିତ ହୋଇଛନ୍ତି । ବାହାରେ ତାଟି ବନ୍ଧା ଯାଇ ପଟି ଦିଅଁଙ୍କ ସମେତ ଦଶଅବତାର ଠାକୁରଙ୍କୁ ପୂଜା କରାଯାଉଛି । ପଟିଦିଅଁଙ୍କୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ କରାଯିବା ସହିତ ଗୋପାଳ ବଲ୍ଲଭ,ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ସହ ଅନ୍ୟାନ୍ୟ ନୀତି କରାଯାଉଛି । ଶ୍ରୀବିଗ୍ରହମାନେ ଅଣସର ଘରେ ଥିବା ବେଳେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ଉପରେ କଟକଣା ଥିବାରୁ ଭକ୍ତମାନେ ଏବେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି ।
ଜଗନ୍ନାଥଙ୍କ ପକ୍ଷରୁ ଶ୍ରୀନାରାୟଣ, ବଳଭଦ୍ରଙ୍କ ପାଇଁ ଶ୍ରୀ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀଙ୍କୁ ପଟ୍ଟିଦିଅଁ ଭାବେ ପୂଜା କରାଯାଉଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ଥିବା ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତସେବା ଆରମ୍ଭ କରିଛନ୍ତି । ପତି ମହାପାତ୍ର ଓ ଦଇତାପତି ସେବକମାନେ ଅଣସରକୁ ଯାଇ ସେଠାରେ ଅସୁସ୍ଥ ଠାକୁରଙ୍କୁ ଦୀପ ଆଲୋକରେ ସେବା କରୁଛନ୍ତି । ଏହି ସମୟରେ ଶ୍ରୀବିଗ୍ରହଙ୍କୁ ପଣା, ଚକଟା ଓ ଫଳମୂଳ ଆଦି ଭୋଗ କରାଯାଉଛି। ଶ୍ରୀଜୀଉମାନେ ଶୁକ୍ଲ ବସ୍ତ୍ର ଓ ଶୁକ୍ଲ ପୁଷ୍ପ ଆଦି ପରିଧାନ କରୁଛନ୍ତି । ଆସନ୍ତା ୨୯ ତାରିଖରେ ଶ୍ରୀଜୀଉମାନେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories