www.samajalive.in
Friday, December 12, 2025
19.1 C
Bhubaneswar

ସେରମର ସ୍ୱଦେଶୀ କ୍ୟାନସର ଟିକା ; ବ୍ୟବହାର ମଞ୍ଜୁରୀ ପାଇଁ ଆବେଦନ

ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ କ୍ୟାନସର ପାଇଁ ଟିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ବିଶେଷକରି ଏହି ଟିକା ମହିଳାମାନଙ୍କର ଜରାୟୁ ଗ୍ରୀବା କର୍କଟ, ପୁରୁଷଙ୍କ ଯୌନାଙ୍ଗ କର୍କଟ ଏବଂ ମୁଖଗହ୍ୱର କର୍କଟ ରୋଗ ପାଇଁ ପ୍ରତିଷେଧକ ରୂପେ କାର୍ଯ୍ୟକରିବ ବୋଲି ଜଣାପଡିଛି ।

ତେବେ ରାଜ୍ୟରେ ୯ ରୁ ୧୩ ବର୍ଷ ବୟସ୍କ ବାଳିକାମାନଙ୍କ ପାଇଁ ଏହି ଟିକାକରଣ ଖୁବ୍‍ ଶୀଘ୍ର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍‍ କରି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ଏହି ଟିକା ଉପରେ ବିଶେଷଜ୍ଞ କମିଟି ଆଲୋଚନା ପରେ ଏହାକୁ ବ୍ୟବହାର କରିବା ପାଇଁ ମଞ୍ଜୁରୀ ମିଳିବ ।
ଏଥିପାଇଁ ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ପକ୍ଷରୁ ଗତ ୮ ତାରିଖରେ ଡିସିଜିଆଇଙ୍କ ନିକଟରେ ଆବେଦନ କରାଯାଇଛି । ଅନୁମତି ମିଳିବା ପରେ ୨୦୨୨ ଶେଷ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ । ସବୁ ବର୍ଗର ଲୋକଙ୍କୁ ଏହା କିପରି ସହଜରେ ଓ କମ୍‍ ଦାମରେ ଉପଲବ୍ଧ ହେବ ସେଥିପାଇଁ ଏହାକୁ ସ୍ୱଦେଶୀ ଟିକା ଭାବେ ଶୁଭାରମ୍ଭ କରାଯିବ । ପୂର୍ବରୁ ଏହି ଟିକାକୁ ନେଇ ୩ଟି ପର୍ଯ୍ୟାୟରେ କ୍ଲିନିକାଲ୍‍ ପରୀକ୍ଷା କରାଯାଇଛି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories