www.samajalive.in
Thursday, December 11, 2025
15.1 C
Bhubaneswar

ବ୍ରାହ୍ମଣୀପାଲିରେ ବାଉଁଶ କାରିଗରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ 

ରେଙ୍ଗାଲି : ଫାଉଣ୍ଡେସନ୍ ଫର୍ ଏମ୍ଏସ୍ଏମ୍ଇ କ୍ଲଷ୍ଟର, ନୂଆଦିଲ୍ଲୀ ପକ୍ଷରୁ ରେଙ୍ଗାଲି ବ୍ଲକର ବ୍ରାହ୍ମଣୀପାଲି ଗ୍ରାମରେ ସମ୍ବଲପୁର ଜିଲ୍ଲାର ବାଉଁଶ କାରିଗରମାନଙ୍କ ପାଇଁ ୧୦ ଦିନିଆ  ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପ୍ରକଳ୍ପ ୨୦୧୮ ରୁ ଓଡିଶା ସମେତ ୯ ଟି ରାଜ୍ୟରେ କିପରି କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ବିଜୟ ସାରାଡି ଆଲୋକପାତ କରିଥିଲେ।  ଓରମାସ୍ ଡେପୁଟି ସିଇଓ ବାଉଁଶ କାରିଗର ତଥା ଉତ୍ପାଦକ ଗୋଷ୍ଠୀ ସଂକଳ୍ପ ପାଇଁ ବିକାଶ କାର୍ଯ୍ୟକଳାପ ବିଷୟରେ ବର୍ଣ୍ଣନା କରିଥିଲେ।
ସିଏଫ୍ ସି  ପ୍ରତିଷ୍ଠା କରି କାରିଗରମାନଙ୍କ ପାଇଁ ଏହା କିପରି ସହାୟକ ହେବ ସେବିଷୟରେ ବକ୍ତବ୍ୟ ରଖିଥିଲେ। ବାଉଁଶ କ୍ଷେତ୍ରର ଉତ୍ସାହ ଏବଂ ସମର୍ଥନ ବିଷୟରେ ଶ୍ରୀ ତୁଷାର ପାଣିଗ୍ରାହୀ ବ୍ୟାଖ୍ୟା କରିବା ସହିତ ପ୍ରତ୍ୟେକ ଉତ୍ପାଦ ପାଇଁ ମାର୍କେଟ ଆଶାବାଦୀ ବୋଲି କରିଥିଲେ।   ପ୍ରଶିକ୍ଷକ ଏକାଦାଶି ବାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣକାରୀଙ୍କଠାରୁ ମତାମତ ସଂଗ୍ରହ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories