www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସିର ଖବର; କମିଲା ସୁନା ରୁପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର । ସୁନା ଓ ରୁପା ଦରରେ ହ୍ରାସ ଘଟିଛି । ଆଜି ଏମସିଏକ୍ସରେ ସୁନାର ଦାମ୍‌ ୦.୨୫% ହ୍ରାସ ପାଇଥିବା ବେଳେ ରୁପାର ମୂଲ୍ୟ ମଧ୍ୟ ହ୍ରାସ ଘଟିଛି । ବର୍ତ୍ତମାନ ଏମସିଏକ୍ସରେ ସୁନା ୧୦ଗ୍ରାମ୍‌ ପ୍ରତି ୫୦ହଜାର ୮୮୦ଟଙ୍କା ରହିଛି । ସେହିପରି ରୁପାର ଦାମ୍‌ ମଧ୍ୟ ଗତ ମଙ୍ଗଳବାର ଦିନ ହ୍ରାସ ଘଟିଥିଲା । ରୁପା ମୂଲ୍ୟରେ ୦.୫୪% ହ୍ରାସ ପାଇ ରୁପା କେଜି ପ୍ରତି ୬୦ହଜାର ୮୨ଟଙ୍କା ରହିଥିଲା ।

ଏଠି ଆମେ ଆପଣଙ୍କୁ କହିବାକୁ ଚାହିଁବୁ ପ୍ରାୟତଃ ସୁନା ଅଳଙ୍କାର ତିଆରି କରିବାରେ ୨୨ କ୍ୟାରେଟ୍‌ ସୁନାକୁ ବ୍ୟବହାର କରାଯାଏ । ହେଲେ କିଛି ବ୍ୟବସାୟୀ ୧୮ କ୍ୟାରେଟ୍‌ ସୁନା ମଧ୍ୟ ବ୍ୟବହାର କରିଥାନ୍ତି । ସୁନାର ମାନ ଅନୁଯାୟୀ ହଲମାର୍କ ତିଆରି କରାଯାଏ ।  ସୁନାର ମୁଲ୍ୟ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଥାଏ । ରାଜ୍ୟ ଟିକସ ଓ ଅନ୍ୟାନ୍ୟ ଟିକସ ହେତୁ ସମସ୍ତ ସ୍ଥାନରେ ଗୋଟିଏ ଦାମରେ ସୁନା ମିଳିନଥାଏ । ତେଣୁ ଆପଣ ଫୋନ୍‌ କରି ଆପଣଙ୍କ ଅଞ୍ଚଳର ସୁନାର ଦାମ୍‌ ଜାଣିପାରିବେ ।

- Advertisement -

ଜଏଲର୍ସ ଆସୋସିଏସନ୍‌ ସୂଚନା ଅନୁଯାୟୀ ୮୯୫୫୬୬୪୪୩୩ ନମ୍ବରରେ ଆପଣ ମିସ୍‌ କଲ୍‌ କରି ଆପଣ ଗହଣା ମୂଲ୍ୟ ପାଇପାରିବେ ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories