www.samajalive.in
Wednesday, December 10, 2025
18.1 C
Bhubaneswar

କେଶ ପାଇଁ ସୁପରଫୁଡ୍‍

ସଭିଁଙ୍କୁ ଘନ ଓ ରେଶମୀ କେଶ ବେଶ ପସନ୍ଦ। ଏହାସହ ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ କେଶର ସୁପରଫୁଡ ବୋଲି କୁହାଯାଏ।
ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ଓ ଭିଟାମିନ ରହିଛି। ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ଯୋଗାଇଥାଏ।
ଭିଟାମିନ ଏରେ ଭରପୁର ଗାଜର କେଶ ପାଇଁ ଖୁବ ଉପକାରୀ। ଏହା କେଶ ମୂଳକୁ ମଜଭୂତ କରିଥାଏ। ଯାହା କେଶ ଝଡାଇବାକୁ କମ୍‍ କରିଥାଏ। କେଶକୁ ସୁସ୍ଥ ରଖିଥାଏ।
ଭିଟାମିନ ସି,ଡି ଓ ଆଣ୍ଟି-ଅକ୍ସିଡାଣ୍ଟ ଯୁକ୍ତ ଗ୍ରୀନ ଟି କେଶକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ।
ନିଜ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସକୁ ନିଶ୍ଚୟ ସାମିଲ କରନ୍ତୁ। ଏହା ଦ୍ୱାରା କେଶ ଖୁବ ଶୀଘ୍ର ବଢିବା ସହ ଘନ ହୋଇଥାଏ।
ବିିଭିନ୍ନ ପ୍ରକାର ଫଳର ସେବନ କରନ୍ତୁ। ଏହା କେଶକୁ ମଜଭୂତ କରିବା ସହ ଖୁବ ଉପକାରୀ ହୋଇଥାଏ।
ପାଳଙ୍ଗରେ ଥିବା ଭିଟାମିନ ସି ଓ ଆଇରନ କେଶକୁ ଘନ କରିବା ସହ କେଶ ଝଡିବା ସମସ୍ୟା ଅନେକ ମାତ୍ରାରେ କମ କରିଥାଏ।
ବିଭିନ୍ନ ପ୍ରକାର ଡାଲିର ସେବନ କରନ୍ତୁ।
କନ୍ଦମୂଳ ମଧ୍ୟ ଖାଆନ୍ତୁ। ଏଥିରେ ଭିଟାମିନ ଏ ରହିଛି। ଯାହା କେଶକୁ ବଢିବାରେ ସାହାଯ୍ୟ କରିଥାଏ।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories