www.samajalive.in
Thursday, December 11, 2025
15.1 C
Bhubaneswar

ସିଡାକ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:  ଆଜି ପୂର୍ବାହ୍ନରେ ସିଡାକର ସଭାଗୃହରେ ନାବାର୍ଡ କନ୍‌ସଲଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ନାବ୍‌କନ୍ସ) ସହିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌)ର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ଉପସ୍ଥିତିରେ ନାବକନ୍ସ ପକ୍ଷରୁ ସାଧାରଣ ପରିଚାଳକ ଶ୍ରୀ ବିଭୂତି ଭୂଷଣ ସାହୁ ଏବଂ ସିଡାକ୍‌ ପକ୍ଷରୁ ମେମ୍ବର ସେକ୍ରେଟାରୀ ଶ୍ରୀ ଶିଶିର କୁମାର ରଥ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।
ନାବକନ୍ସର ସହଭାଗିତାରେ ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ । ଅନ୍ୟମାନଙ୍କ ମଧ୍ୟରେ ନାବକନ୍ସର ସହ ସାଧାରଣ ପରିଚାଳକ ଶ୍ରୀ ଅକ୍ଷୟ କୁମାର ଚୌଧୁରୀ ଏବଂ ବରିଷ୍ଠ ପରାମର୍ଶଦାତା କୁମାରୀ ଶ୍ରାବଣୀ ହାଲଦାର ଉପସ୍ଥିତ ରହିଥିବାବେଳେ ସିଡାକ୍‌ ପକ୍ଷରୁ ସହନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଓ ପ୍ରକଳ୍ପ ସଂଯୋଜକ ଶ୍ରୀ ଅଶୋକ କୁମାର ଚିନରା ଉପସ୍ଥିତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories