www.samajalive.in
Tuesday, December 9, 2025
16.1 C
Bhubaneswar

ସମାଜ ପ୍ରଭାବ, ୨୦ଟି ମାମଲା ପରେ ପୁରୁଣାକଟକ ପୁଲିସର ନିଦ ଭାଙ୍ଗିଲା

ହରଭଙ୍ଗା: ଅପରାଧିମାନେ ପୁଲିସକୁ ଖୋଲା ଚ୍ୟାଲେଞ ଦେଇ ପୁରୁଣାକଟକ ଥାନା ଅଂଚଳରେ ଲଗାତାର ଚୋରି,ଡକାୟତି ଅପରାଧ ଚଳେଇଆସୁଥିଲେ।କିଛିମାସ ତଳେ ଏଭଳି ୨୦ରୁ ଅଧିକ ଛୋଟ ବଡ ମାମଲା ଥାନାରେ ପଂହଚିବା ପରେ ବି ପୁଲିସ ଅପରାଧିଙ୍କୁ ଧରିବାରେ ବିଫଳ ହୋଇଥିଲା। ମାତ୍ର ଏ ନେଇ ସମାଜରେ ଖବର ପ୍ରକାଶ ପରେ ପୁଲିସ ପ୍ରଶାସନର ନିଦ ଭାଙ୍ଗିଥିଲା। ଗତ ବୁଧବାର ରାତିରେ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଚୋରି ମାମଲାରେ ପୁରୁଣାକଟକ ପୁଲିସକୁ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତଥିବା ଦୁଇ ଅଭିଯୁକ୍ତ ହରିହର ପ୍ରଧାନ (୨୭) ଏବଂ ଜିତେନ୍ଦ୍ର କୁମାର ସାହୁ (୩୬)ଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ୮୦ ହଜାର ଟଙ୍କା ଉଦ୍ଧାର କରିବାରେ ପୁଲିସ ସକ୍ଷମ ହୋଇଛି।

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ହରିହରଙ୍କ ଘର ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅର୍ନ୍ତଗତ ଶିଙ୍ଗାରିପଲ୍ଲୀ (ସେନ୍ତରୀ) ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଘର କଟକ ସଦର ଥାନା ଅର୍ନ୍ତଗତ କୋଡାପଡ଼ା ସାହି ବୋଲି ପୁଲିସ ସୂଚନା ଦେଇଛି। ବର୍ତମାନ ଦୁଇ ଅଭିଯୁକ୍ତ ଜିତେନ୍ଦ୍ର ସାହୁ ମାଧପୁରରେ ରହୁଥିବା ବେଳେ ହରିହର ପ୍ରଧାନ ପୁରୁଣାକଟକର ଗୋଛାବାରି ସାହିରେ ରହୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।ମାତ୍ର ଏମାନେ କେବଳ ବ୍ୟାଙ୍କ ଲୁଟ ଘଟଣାରେ ଲିପ୍ତଥିଲେ ନାଁ ଅନ୍ୟ କୌଣସି ଚୋରିରେ ଏମାନଙ୍କ ସମ୍ପୃକ୍ତି ରହିଛି ସେ ବିଷୟରେ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories