www.samajalive.in
Thursday, December 11, 2025
13.1 C
Bhubaneswar

ନବୀନ ଗଢ଼ିବେ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବ । ନିର୍ବାଚନର ୨ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିବେ । ନବୀନଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଯାଇଥିବା ବେଳେ ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ନବୀନଙ୍କ ଏହି ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁକୁ ସୁଯୋଗ ମିଳିପାରେ । ତାହା ସହ କିଛି ବଦନାମ ମନ୍ତ୍ରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିପାରନ୍ତି ।

ବର୍ତ୍ତମାନର ସୂଚନା ଅନୁଯାୟୀ ସମସ୍ତ ମନ୍ତ୍ରୀ  ଇସ୍ତଫା ଦେଇଥିବା ବେଳେ ପଦ୍ମିନୀ ଦିଆନ, ରଘୁନନ୍ଦନ ଦାସ, ରଣେନ୍ଦ୍ର ପ୍ରସାଦ ସ୍ବାଇଁ ନିଜର ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଥିବା ସୂଚନା ଦେଇଛନ୍ତି । ସେହିପରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ ନାୟକ । ଏନେଇ ନିଜେ ସେ ଗଣମାଧ୍ୟମକୁ ସୂଚନା ଦେଇଛି । ସେପଟେ ସୂଚନା ଅନୁଯାୟୀ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ଗ୍ରହଣ ଉତ୍ସବ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories