www.samajalive.in
Thursday, December 11, 2025
15.1 C
Bhubaneswar

ମା’ ରାମଚଣ୍ଡୀଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଥିବା ଆରାଧ୍ୟ ଠାକୁରାଣୀ ମା’ ରାମଚଣ୍ଡୀଙ୍କ ପୀଠରୁ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ପିତ୍ତଳ ଜିନିଷ ଚୋରି କରି ନେଇଯାଇଥିବାର ଜଣାପଡିଛି । ଠାକୁରାଣୀଙ୍କ ପାଖରେ ଲାଗିଥିବା ଛୋଟ ବଡ଼ ଏକ କୁଇଣ୍ଟାଲ ୨୦ କେଜିର ୧୦ଟି ପିତ୍ତଳ ଘଣ୍ଟି, ପିତ୍ତଳ ଆଳତି ସଜ ୨ଟା, ବଡ ଘଣ୍ଟ ୧ଟା, ପିତ୍ତଳ ବଡ଼ ଦୀପ ୧ଟା ଏବଂ ବହୁ ପିତ୍ତଳ ମୂର୍ତି ଓ ମୁକୁଟଗୁଡିକ କେହି ଚୋରି କରି ନେଇଯାଇଛି । ବୁଧବାର ରାତିରେ ବେଗୁନିଆ ଥାନା ଏସ ଆଇ ସ୍ୱାଗତିକା ବେହୁରା ଏବଂ ଏଏସଆଇ ଗଜେନ୍ଦ୍ର କୁମାର ଜେନାଙ୍କ ସମେତ ଥାନା କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ମୁଖ୍ୟ ରାସ୍ତା ସମ୍ମୁଖରେ ଥିବା ରାମଚଣ୍ଡୀଙ୍କ ଗେଟ ନିକଟରେ ଥିବା ଦୋକାନ ନିକଟରେ ୨ ଜଣ ଅଜଣା ବ୍ୟକ୍ତି ବସିଥିବାର ଦେଖି ସେମାନଙ୍କୁ ନେଇ ଫାଣ୍ଡିରେ ଅଟକ ରଖିଥିଲେ। ଗୁରୁବାର ସକାଳୁ ସେମାନଙ୍କୁ ଛାଡ଼ିଦେବା ପରେ ଗ୍ରାମର ଲୋକମାନେ ଏ ସଂକ୍ରାନ୍ତରେ ଫାଣ୍ଡି କର୍ମଚାରୀଙ୍କୁ ପଚାରିବାରେ ସେମାନେ ଜେନା ବାବୁ କହିବା ପରେ ସେମାନଙ୍କୁ ଛାଡି ଦେଇଥିବାର କହିଥିଲେ। ସନ୍ଧ୍ୟା ୭ଟା ସମୟରେ ଜଣେ ୨୮ ବର୍ଷର ଯୁବକ ରାମଚଣ୍ଡୀଙ୍କ ପୀଠକୁ ବୈଦେଶ୍ୱର ଥାନା ବାଲିପାହାଡ଼ ଗ୍ରାମର ପ୍ରସନ୍ନ କୁମାର ବରାଡ଼ ଏବଂ ତାଙ୍କର ପତ୍ନୀ ପ୍ରଭାତୀ ସାହୁ ବୁଲିବାକୁ ଆସିଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନଟି ଛିଣ୍ଡାଇ ନେଇ ପଳାଇଯାଉଥିବା ବେଳେ ମନ୍ଦିରଠାରେ ଉପସ୍ଥିତ କିଛି ଲୋକ ତାକୁ ଧରି ଗ୍ରାମର ଏକ କ୍ଲବ ଘରେ ରଖି ତାଠାରୁ ଚେନଟି ଉଦ୍ଧାର କରି ମହିଳାଙ୍କୁ ଦେଇଥିଲେ । ଲୋକମାନେ ବେଗୁନିଆ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଥାନାକୁ ଆଣିଛି। ସେ ତାର ଘର ଭୁବନେଶ୍ୱର କହୁଥିବାବେଳେ ତାର ପରିଚୟ ଜଣାପଡିନାହିଁ । ପୁଲିସ ସୁରକ୍ଷା ଅଭାବରୁ ଏଠାରେ ନିୟମିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଗଡମାଣତୀରରେ ଦୀର୍ଘବର୍ଷ ହେବ ଦୁଇଜଣ କନେଷ୍ଟବଳଙ୍କୁ ନେଇ ଭଡାରେ ଚାଲୁଥିବା ଫାଣ୍ଡିକୁ ରାମଚଣ୍ଡୀଙ୍କ ପୀଠରେ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି । ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ଦିନକୁ ଦିନ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories