www.samajalive.in
Monday, December 8, 2025
27.1 C
Bhubaneswar

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ; ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଢେଙ୍କାନାଳ: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ ବିଭାଗ । ଗତ କିଛି ମାସ ହେବ ଅସାଧୁ ସରାକରୀ ଅଧିକାରୀ ମାନଙ୍କ ଘରେ ଘନଘନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ଆଜି କଟକ ଭିଜିଲାନ୍ସ ଆଉ ଜଣେ ଅସାଧୁ ସରକାରୀ ବାବୁଙ୍କୁ ଧରିଛି । ହିନ୍ଦୋଳର ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ସୂଚନା ମିଳିଛି । ସୂଚନା ମୁତାବକ ହିନ୍ଦୋଳର ଏସଡିପିଓ ମଳୟ ନାୟକ ଜଣେ ପଥର ଖଣି ଲିଜଧାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ । କାରନ୍ଦା ଛକରେ ନିକଟରେ ଜଣେ ପଥର ଖଣି ଲିଜଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି । ପଥର ଗାଡ଼ି ପାସ୍‌ କରାଇଦେବା ପାଇଁ ଏତେଗୁଡ଼ିଏ ଟଙ୍କା ନେଉଥିବା ଜଣାପଡ଼ିଛି । ତେବେ ଆଗରୁ ଏସଡିପିଓ ଏପରି କେତେ ଅସାଧୁ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories