www.samajalive.in
Wednesday, December 10, 2025
26.1 C
Bhubaneswar

୪୨୭ କେଜି ଗଞ୍ଜେଇ ଜବତ, ୧୦ ଗିରଫ

ମୁଖୀଗୁଡା: ଜୟପାଟଣା ପୁଲିସ ୪୨୭କେଜି ଗଞ୍ଜେଇ ସହ ଗଞ୍ଜେଇ ବୋଝେଇ ପିକଅପ , ବୋଲେରୋ ଓ ମୋଟର ସାଇକେଲ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସଂପୃକ୍ତ ୧୦ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଗୁରୁବାର ବିଳମ୍ବିତ ରାତିରେ ମୁଖୀଗୁଡା -ମହୁଲ ପାଟଣା ଘାଟିରେ ପୁଲିସ ଏକ ପିକଅପ ଭ୍ୟାନକୁ ପିଛା କରିଥିଲା। ଜୟପାଟଣା ପୁଲିସ ଜୟପାଟଣା ପ୍ରତାପପୁର ନିକଟରେ ଗଞ୍ଜେଇ ଚାଲାଣ କରାଯାଉଥିବା ପିକଅପକୁ ଯାଞ୍ଚ କରିଥିଲା ଏବଂ ସେଥିରୁ ୪୨୭କେଜି ଗଞ୍ଜେଇ ପୁଲିସ ଜବତ କରିଥିଲା। ଏହି ଗାଡିକୁ ଏକ ବୋଲେରୋ ଏବଂ ମୋଟର ସାଇକେଲ ସୁରକ୍ଷା ଦେଉଥିଲା।

 

- Advertisement -

ସେହି ବୋଲେରୋ ଓ ମୋଟର ସାଇକେଲକୁ ମଧ୍ୟ ପୁଲିସ ଜବତ କରିଥିଲେ। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଳି ଗ୍ରାମର ଟିକେଧର ଗନ୍ତିଆ(୩୮), ଦିବାକର ମାଝୀ(୪୦), କୃଷ୍ଣ ବିଶି(୫୦), ଦାବରିଗୁଡା ଗ୍ରାମର ଶୋଭା ମାଝୀ(୩୫)ମାଝୀଗୁଡା ଗ୍ରାମର ଦୟାସାଗାର ପୋଢ଼(୩୦) ଏବଂ ରିପୁ ପୁଞ୍ଜି(୪୨)ଜୟପାଟଣା ଥାନା ଅନ୍ତର୍ଗତ ଉଛଲା ଗ୍ରାମର ଶଙ୍କର ଧଙ୍ଗଡାମାଝୀ(୪୨), ବଡ଼କୁଟୁରୁ ଗ୍ରାମର ସାଗର ପାଣିଗ୍ରାହୀ(୩୦) ବିଜମରା ଗ୍ରାମର ପିଙ୍କୁ ରାଉତ(୩୦)ଜୁନାଗଡ଼ର ରାଜେନ୍ଦ୍ର ଦଣ୍ଡ ସେନା(୩୫)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୫ଟି ମୋବାଇଲ ଏବଂ ନଗଦ ୧୧, ୫୬୦ ଟଙ୍କା ଜବତ କରାଯାଇଛି। ଆନ୍ଧ୍ରପ୍ରଦେଶର ବଲ୍ଲାକାଠୁ ଠାରୁ ଗଞ୍ଜେଇ କୋକସରା ଅଞ୍ଚଳକୁ ଅଣା ଯାଉଥିଲା ବୋଲି ଜୟପାଟଣା ଥାନା ଅଧିକାରୀ ବସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories