www.samajalive.in
Monday, December 8, 2025
13.1 C
Bhubaneswar

ସାମ୍ନାକୁ ଆସିଲା ମୃଣାଲଙ୍କ ପ୍ରଥମ ତେଲୁଗୁ ଫିଲ୍ମର ମୁକ୍ତିଲାଭ ତାରିଖ; ରିଲିଜ୍‌ ହେଲା ମୋଶନ ପୋଷ୍ଟର

ମୁମ୍ବାଇ: ମୃଣାଲ ଠାକୁର ଓ ଦୁଲକର ସଲମାନ ଅଭିନୀତ ଚଳଚ୍ଚିତ୍ର ‘ସୀତା ରାମମ’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ଏହା ଏକ ତେଲୁଗୁ ଫିଲ୍ମ, ଯାହା ତାମିଲ ଓ ମାଲାୟାଲମରେ ମଧ୍ୟ ରିଲିଜ୍‌ ହେବ। ଚଳଚ୍ଚିତ୍ରର ପ୍ରଥମ ଲୁକ୍‌ କିଛି ଦିନ ପୂର୍ବରୁ ଜାରି କରାଯାଇଥିଲା, ଯାହାକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ସେବେଠାରୁ ଦର୍ଶକମାନେ ରିଲିଜ୍ ତାରିଖକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ହନୁ ରାଘବପୁଡ଼ିଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ପରଦାକୁ ଆସିବ।

ଦୁଲକର ସାମାଜିକ ଗଣମାଧ୍ୟମରେ ଫିଲ୍ମର ମୁକ୍ତିଲାଭ ତାରିଖ ସହ ଏକ ମୋଶନ ପୋଷ୍ଟର ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘‘ଏକ ଚଳଚ୍ଚିତ୍ର ଯାହା ଆମକୁ ଏକ ସ୍ୱପ୍ନରେ ପାଦ ଦେଇଥିବା ପରି ଅନୁଭବ କରାଇଲା। ରଙ୍ଗ, ଦର୍ଶନୀୟ ସ୍ଥାନ ଏବଂ ଧ୍ୱନିରେ ପରିପୂର୍ଣ୍ଣ ଏକ ଗୌରବମୟ ଯୁଗକୁ ଯାତ୍ରା କରିବାର ସମୟ। ଏହା ଇତିହାସ ପୃଷ୍ଠାରୁ ଏକ ପ୍ରେମପତ୍ର, ଯାହା ଖୁବଶୀଘ୍ର ଆପଣଙ୍କ ନିକଟ ପ୍ରେକ୍ଷାଳୟକୁ ଆସିବ।’’ ସେହିପରି ମୃଣାଲ ଠାକୁର ମଧ୍ୟ ଫିଲ୍ମର ମୋଶନ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜେ ନଜର ଆସିଛନ୍ତି।

 

View this post on Instagram

 

A post shared by Mrunal Thakur (@mrunalthakur)

- Advertisement -

‘ସୀତା ରାମମ’ ଏକ ଯୁଦ୍ଧ ପୃଷ୍ଠଭୂମି ଉପରେ ଆଧାରିତ ଚଳଚ୍ଚିତ୍ର। ଏଥିରେ ଦୁଲକ ସଲମାନ ସୈନିକ ରାମମ ଭୂମିକାରେ ଅଭିନୟ କରିଛନ୍ତି ଓ ମୃଣାଲ ଠାକୁର ତାଙ୍କ ପ୍ରେମିକା ସୀତା ଚରିତ୍ରରେ ଅବତ୍ତୀର୍ଣ୍ଣ। ଫିଲ୍ମରେ ରଶ୍ମିକା ମନ୍ଦାନା ଏକ ଖାସ୍‌ ତଥା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅଶ୍ୱିନୀ ଦତ୍ତ ଏବଂ ପ୍ରିୟଙ୍କା ଦତ୍ତ।

 

View this post on Instagram

 

A post shared by Dulquer Salmaan (@dqsalmaan)

‘ସୀତା ରାମମ’ ଦୁଲକରଙ୍କ ଦ୍ବିତୀୟ ତେଲୁଗୁ ଚଳଚ୍ଚିତ୍ର। ସେ ୨୦୧୮ରେ ‘ମହାନତୀ’ ଫିଲ୍ମ ଜରିଆରେ ତେଲୁଗୁ ସିନେଜଗତରେ ପାଦ ଥାପିଥିଲେ। ଅପରପକ୍ଷେ ମୃଣାଲ ଠାକୁର ଏହି ଚଳଚ୍ଚିତ୍ର ଜରିଆରେ ତେଲୁଗୁ ସିନେଜଗତରେ ପାଦ ଥାପିବେ। ଦୁଲକର ଓ ମୃଣାଲ ପ୍ରଥମ ଥର ପାଇଁ ଏକାଠି ଗୋଟିଏ ପରଦାରେ ନଜର ଆସିବେ।

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories