www.samajalive.in
Thursday, December 11, 2025
16.1 C
Bhubaneswar

ରେଙ୍ଗାଲିର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗ୍ରାମ ପଞ୍ଚାୟତ ପକ୍ଷରୁ ରେଙ୍ଗାଲିରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ଉନ୍ନତି ଏବଂ ଶିକ୍ଷକ ଅଭାବ ଥିବା ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷକ ନିଯୁକ୍ତି ଦେବାକୁ ଗୁରୁତ୍ୱ ଦିଆଯିବାକୁ ଗ୍ରାମ ପଞ୍ଚାୟତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଇତି ମଧ୍ୟରେ ରେଙ୍ଗାଲିର ବିଭିନ୍ନ ଓାର୍ଡରେ ଆବର୍ଜନା ପକାଇବା ପାଇଁ ଆବର୍ଜନା କୁଣ୍ଡ ଯେଗାଇ ଦେବା ସହିତ ରେଙ୍ଗାଲିର ବିଭିନ୍ନ ବସ୍ତିରେ ଦୀର୍ଘ ଦିନ ହେଲା ଆବର୍ଜନାମୟ ହୋଇ ଜାମ୍‌ ଥିବା ଡ୍ରେନରୁ ଆବର୍ଜନା ନିଷ୍କାସନ କରି ସଫେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାପଡିଛି । ଏହାବ୍ୟତିତ ପଞ୍ଚାୟତ ପକ୍ଷରୁ  ଚଳିତ ଗ୍ରୀଷ୍ମ ଋତୁରେ ଗାଈ ଗୋରୁ ଆଦି ପ୍ରାଣି ସମ୍ପଦର ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ପାଣି କୁଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସୂଚିତ ଯେ ଗତ ୧୯ ତାରିଖ ଦିନ ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ୱ ଏବଂ ସମିତି ସଭ୍ୟା ତଥା ବ୍ଳକ୍‌ ଉପାଧ୍ୟକ୍ଷା ସ୍ୱାତୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ  ଗ୍ରାମ ପଞ୍ଚାୟତ ବୈଠକରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ରେଙ୍ଗାଲିର ପରିମଳ ବ୍ୟବସ୍ଥା ନିରାକରଣ, ଶିକ୍ଷକ ଅଭାବ ଥିବା ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷକ ନିଯୁକ୍ତି ଏବଂ ଗାଈଗୋରୁ ଆଦି ପ୍ରାଣି ସମ୍ପଦଙ୍କ ତୃଷ୍ନା ନିବାରଣ ସକାଶେ ପିଇବା ପାଣିର ବ୍ୟବସ୍ଥା କରାଯିବାକୁ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ବୈଠକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମ ନାରାୟଣ କଣ୍ଟା.କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦାସ, ଗ୍ରାମ ରୋଜଗାର ସେବକ ଶିବାନୀ ସୁନାନୀ, ଯୋଗାଣ ସହାୟକ ମଞ୍ଜୁ ବାରିକ ଏବଂ ସମସ୍ତ ଓାର୍ଡ ସଭ୍ୟ ତଥା ସନ୍ତୋଷିନି ଓରାମ, ଗୀତାଞ୍ଜଳି ଗରୁଡ ପ୍ରମୁଖ ୮ଜଣ  ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ପଞ୍ଚାୟତ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଜନସାଧାରଣରେ ସ୍ୱାଗତ ଏବଂ ପ୍ରଶଂସିତ ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories