www.samajalive.in
Wednesday, December 10, 2025
18.1 C
Bhubaneswar

ଗାନ୍ଧିଜୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶିତ

ଭୁବନେଶ୍ୱର : ଭାରତ ସ୍କାଉଟ୍‍ ଓ ଗାଇଡ୍‍ ମୁଖ୍ୟାଳୟ ପରିସରରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଦ୍ୱିବର୍ଷବ୍ୟାପୀ ପାଳନ କରାଯିବାକୁ ‘ଗାନ୍ଧୀ:୧୫୦’ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି। ବିଶିଷ୍ଟ ଗାନ୍ଧୀବାଦୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ, ସ୍କାଉଟ୍‍ ଆଣ୍ଡ୍‍ ଗାଇଡ୍‍ର କମିଶନର କାଳିପ୍ରସାଦ ମିଶ୍ର୍ର ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ ‘ଫଟୋଚିତ୍ର ଏବଂ ନିତ୍ୟବ୍ୟବହାର୍ଯ୍ୟ ପ୍ରଦର୍ଶନୀ କରାଯାଇଛି। ଏହି ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଚଷମା, ଚପଲ, କଠଉ, ଘଡ଼ି, ଚେୟାର୍‍, ଦରି, ଥାଳି, ହରିଜନ ପତ୍ରିକା, ଓଡ଼ିଶାର ବିଶିଷ୍ଟ ନେତାମାନଙ୍କୁ ତାଙ୍କ ଦ୍ୱାରା ପଠାଯାଇଥିବା ଚିଠିପତ୍ର ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀରେ ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସର ପରିଚାଳକ କୈଳାସଚନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସୂତା କଟା(ସୂତ୍ର ଯଜ୍ଞ) ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପ୍ରଦର୍ଶନୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ‘ଗାନ୍ଧିଜୀଙ୍କ ପଦଯାତ୍ରା ଏବଂ ଗାନ୍ଧିଆନ୍‍ କନ୍‍ଷ୍ଟ୍ରକ୍‍ସନ୍‍ ୱାର୍କ ଇନ୍‍ ଓଡ଼ିଶା((୧୯୩୪-୩୯) ପୁସ୍ତକ ଲୋକାର୍ପିତ ହୋଇଥିବାବେଳେ ‘ଗାନ୍ଧୀ:୧୫୦’ ବ୍ୟାଚ୍‍ ଓ ଲୋଗୋ ଉଦଘାଟିତ ହୋଇଥିଲା।
‘ଗାନ୍ଧି:୧୫୦’ର ରାଜ୍ୟସ୍ତରରେ ବିଭିନ୍ନ ଜିଲା ସମିତି ଓ ବ୍ଲକ ସମିତିମାନ ଗଠିତ ହୋ:ଇଛି। ଏହି ସମିତି ଦୁଇବର୍ଷ ଧରି ଗାନ୍ଧିଜୀଙ୍କ ଜୀବନାଦର୍ଶକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରିବେ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଗାନ୍ଧୀ:୧୫୦ ରାଷ୍ଟ୍ରୀୟ ସମିତି’ ସଦସ୍ୟ ଜଷ୍ଟିସ୍‍ ମନୋରଞ୍ଜନ ମହାନ୍ତି, ଡ.ବିଶ୍ୱଜିତ୍‍, ରାଜ୍ୟ ସମିତି ସଦସ୍ୟ ମିହିର ପ୍ରତାପ ଦାସ, ବିରୂପାକ୍ଷ ତ୍ରିପାଠୀ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ.ସତ୍ୟ ରାୟ, ଅମ୍ବିକା ପ୍ରସାଦ ପତି, କସ୍ତୁରବା ଟ୍ରଷ୍ଟର ଗାୟତ୍ରୀ ଦାସ, ରାଷ୍ଟ୍ରୀୟ ଯୁବା ସଂଗଠନ ରାଜ୍ୟ ସଂଯୋଜକ ରଣଜିତ୍‍ ଦେହୁରୀ, ସୂର୍ଯ୍ୟନାରାୟଣ ନାଥ ପ୍ରମୁଖ ସୂଚନା ଦେଇଛନ୍ତି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories