www.samajalive.in
Monday, December 8, 2025
27.1 C
Bhubaneswar

ଓଲ୍‍ଟମ୍ୟାନ୍‍ସ ମାଲେସିଆ ହକି ଦଳର ମୁଖ୍ୟ ପ୍ରଶିକ୍ଷକ

କୁଆଲାଲୁମ୍ପପୁର : ମାଲେସିଆ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଓଲ୍‍ଟମ୍ୟାନ୍‍ସଙ୍କୁ ସୋମବାର ନିଯୁକ୍ତ କରାଯାଇଛି। ପୂର୍ବରୁ ଓଲ୍‍ଟମ୍ୟାନ୍‍ସ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ଓଲ୍‍ଟମ୍ୟାନ୍‍ସଙ୍କ ନିଯୁକ୍ତି ସଂପର୍କରେ ମାଲେସିଆ ହକି ମହାସଂଘ ତରଫରୁ ଟ୍ୱିଟର୍‍ରେ ସୂଚନା ଦିଆଯିବା ସହ ତାଙ୍କ ପ୍ରଶିକ୍ଷଣରେ ମାଲେସିଆ ହକି ଦଳର ଉତ୍ତୋରତ୍ତର ଉନ୍ନତି ହେବ ବୋଲି ଆଶାବ୍ୟକ୍ତ କରାଯାଇଛି। ସେହିପରି ଷ୍ଟିଫେନ୍‍ ଭାନ୍‍ ହୁଇଜେନ୍‍ଙ୍କୁ ସହକାରୀ ପ୍ରଶିକ୍ଷକ ଏବଂ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ୨୦୨୦ ଟୋକିଓ ଅଲିମ୍ପିକ୍‍ସ ନିମନ୍ତେ ମାଲେସିଆକୁ ଯୋଗ୍ୟତା ଅର୍ଜନ କରିବା ଓଲ୍‍ଟମ୍ୟାନ୍‍ସଙ୍କ ମୁଖ୍ୟ ଦାୟିତ୍ୱ ହେବ।
ସୂଚନାଥାଉକି ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗତବର୍ଷ ସେପ୍ଟେମ୍ବରରେ ଓଲ୍‍ଟମ୍ୟାନ୍‍ସଙ୍କୁ ବହିଷ୍କାର କରାଯାଇଥିଲା। ଅନ୍ତର୍ଜାତୀୟସ୍ତରରେ ଭାରତୀୟ ପୁରୁଷ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଓଲ୍‍ଟମ୍ୟାନ୍‍ସଙ୍କୁ ବିତାଡ଼ିତ କରାଯାଇଥିଲା। ମୁଖ୍ୟ ପ୍ରଶିକ୍ଷକ ବ୍ୟତୀତ ସେ ହାଇ ପର୍ଫମାନ୍‍ସ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କୃତ ହେବା ପରେ ଓଲ୍‍ଟସମ୍ୟାନ୍‍ ପାକିସ୍ତାନ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତେବେ ୬ମାସ ମଧ୍ୟରେ ପାକିସ୍ତାନ ଦଳ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହେବାକୁ ତାଙ୍କୁ ସେହି ପଦରୁ ହଟାଇ ଦିଆଯାଇଥିଲା। ପାକିସ୍ତାନ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ବାଦ୍‍ ପଡ଼ିଥିବା ଓଲ୍‍ଟମ୍ୟାନ୍‍ସଙ୍କୁ ତୁରନ୍ତ ମାଲେସିଆ ହକି ମହାସଂଘ ମୁଖ୍ୟ ପ୍ରଶିକ୍ଷକ ପଦରେ ନିଯୁକ୍ତ କରିଥିଲା।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories