www.samajalive.in
Saturday, December 6, 2025
26.1 C
Bhubaneswar

ବଜାରକୁ ଆସିବ ୧୦ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ବଜାରରେ ୧୦ଜିବି ରାମ ଥିବା ବିିଶ୍ୱର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି। ଏହି ଫୋନ ଲଞ୍ଚ କରିବ ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ। ଏହି ମଡେଲର ନାମ ‘ଓପୋ ଫାଇଣ୍ଡ ଏକ୍ସ’। ଏହି ଫୋନର ଲଞ୍ଚିଙ୍ଗ ତାରିଖ ଏପର୍ଯ୍ୟନ୍ତ ସ୍ତିର କରାଯାଇନାହିଁ। ସୂଚନାଯୋଗ୍ୟ ଓପୋ ଫାଇଣ୍ଡ ଏକ୍ସର ୮ଜିବି ରାମ ଥିବା ସ୍ମାର୍ଟଫୋନ ଚଳିତବର୍ଷ ଭାରତରେ ଜୁଲାଇ ମାସରେ ଲଞ୍ଚ କରିଥିଲା।

‘ଓପୋ ଫାଇଣ୍ଡ ଏକ୍ସ’ର ମୂଲ୍ୟ ଏବଂ ବିଶେଷତ୍ୱ
ଓପୋ ଫାଇଣ୍ଡ ଏକ୍ସରେ ୬.୪ ଇଞ୍ଚର ଓଏଲଇଡି ଡିସପ୍ଲେ ରହିଛି। ଯେଉଁଥିରେ ୯୩.୮ ପ୍ରତିଶତ ସ୍ମ୍ରିନ ମିଳିବ। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୪୫ ପ୍ରୋସେସର, ଆଣ୍ଡ୍ରଏଡ ଓରିୟୋ ୮.୧, ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ ମେଗାପିକ୍ସେଲ ଏବଂ ଅନ୍ୟଟି ୨୦ମେଗାପିକ୍ସେଲର ରହିଛି। ସେହିପରି ଏହାର ଆଗପଟ କ୍ୟମେରା ଅନଲକ ଫିର୍ଚର ସହିତ ୨୫ମେଗାପିକ୍ସେଲର ରହିଛି। ଏହି ଫୋନରେ ୮ଜିବି ରାମ ଏବଂ ୨୫୬ ଜିବିର ଷ୍ଟୋରେଜ ମିଳିବ। ଫୋନରେ ୩୪୩୦ ଏମ୍‍ଏଚ୍‍ ର ବ୍ୟାଟେରୀ ରହିଛି ଯାହା ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିଥାଏ।
ଫୋନରେ ଟିପଚିହ୍ନ ସେନସର ସ୍ତାନରେ ୩ଡି ସ୍ପେସିୟାଲ ରିକଗ୍ନିସନ ଦିଆଯାଇଛି ଯାହା ଆଇଫୋନ ଏକ୍ସ ଭଳି। ଫୋନରେ ୩.୫ ଏମ୍‍ଏମ୍‍ ର ହେଡଫୋନ ଜ୍ୟାକ୍‍ ରହିଛି ଏବଂ କମ୍ପାନୀର କହିବାକଥା ଏହି ଫୋନକୁ ୫ବର୍ଷ ପର୍ଯ୍ୟନ୍ତ ସହଜରେ ବ୍ୟବହାର କରିପାରିବେ। ଓପୋ ଫାଇଣ୍ଡ ଏକ୍ସର ୮ଜିବି ରାମ, ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୫୯,୯୯୦ ଟଙ୍କା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories