www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ମଦଭାଟି ଭାଙ୍ଗିଲେ ଅଶୁରଖୋଳ ଗ୍ରାମର ମହିଳା

ଦେବଗଡ଼ : ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ତିଲେଇବଣି–ବିନ୍ଦିପୁର ସରକାରୀ ମଦଭାଟୀକୁ ଆଜି ପୁଣିଥରେ ଭାଙ୍ଗିଛନ୍ତି ଅଶୁରଖୋଳ ଗ୍ରାମର ମହିଳା। ଉକ୍ତ ମଦଭାଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ଏକ ସପ୍ତାହ ସମୟ ମାଗିଥିଲେ ହେଁ ପ୍ରତିଶ୍ରୁତି ପାଳନ ନକରିବାରୁ ଆଜି ପୁଣିଥରେ ମହିଳା ମାନେ ଉକ୍ତ ସରକାରୀ ଲାଇସେନ୍ସ ପ୍ରାପ୍ତ ଉକ୍ତ ମଦଭାଟିରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଦେବଗଡ ଏସ୍.ଡି.ପି.ଓ. ପ୍ରତ୍ୟୂଷ କୁମାର ମହାପାତ୍ର , ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଏବଂ ଦେବଗଡ ତହସିଲଦାର ପଲ୍ଲବୀ ନାୟକ ପହଂଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାଶୁଝା କରୁଥିଲେ ହେଁ ଉକ୍ତ ମଦଭାଟୀ ଅନ୍ୟତ୍ର ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ଜିଦ କରୁଥିବା ଜଣାପଡିଛି।
ଗାଁର ଅନତିଦୂରରେ ଜାତୀୟ ରାଜପଥ କଡରେ ଉକ୍ତ ମଦଭାଟିଟି ରହିଥିବାରୁ ହାତ ପାଆନ୍ତାରେ ମଦ ପାଇ ଗାଁର ପିଲାଠାରୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମାତାଲ ହୋଇପଡୁଛନ୍ତି। ଯାହା ରୋଜଗାର କରୁଛନ୍ତି ସେଥିରେ ମଦପିଇ ସର୍ବସ୍ୱାନ୍ତ ହୋଇ ପଡୁଛନ୍ତି। ଏପରିକି ଅଧିକ ମଦ ପିଇବାପାଇଁ ସେମାନେ ସ୍ତ୍ରୀ ମାନଙ୍କୁ ଟଙ୍କା ମାଗି ଜୁଲୁମ କରିବା ସହ ଛୁଆ ପିଲାଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଛନ୍ତି। ମଦ ଭାଟୀଟି ଜାତୀୟ ରାଜପଥ କଡରେ ଥିବାରୁ ଲୋକେ ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି ଏସବୁକୁ ଦୃଷ୍ଟିରେ ରଖି ମହିଳା ମାନେ ଉକ୍ତ ମଦଭାଟୀକୁ ଅନ୍ୟତ୍ର ଉଚ୍ଛେଦ ପାଇଁ ପ୍ରାୟ ତିନିବର୍ଷ ହେଲା ଜିଲା ପ୍ରଶାସନ ଓ ଜିଲା ଅବକାରୀ ବିଭାଗ ନିକଟରେ ଦାବୀ କରିଆସୁଛନ୍ତି। ଏହାସତ୍ୱେ ମଦଭାଟୀ ଅନ୍ୟତ୍ର ଉଚ୍ଛେଦ କରାଯାଉନାହିଁ। ଫଳରେ ଏହାର ପ୍ରତିବାଦ କରିବା ସହ ଏହାକୁ ଅନ୍ୟତ୍ର ଉଚ୍ଛେଦ ଦାବୀରେ ଶତାଧିକ ମହିଳା ଏକ ସପ୍ତାହ ପୂର୍ବେ ଗତ ୫ ତାରିଖ ଦିନ ଉକ୍ତ ମଦଭାଟିରେ ବ୍ୟାପକ ଭଙ୍ଗାରୁଜା କରିବାସହ ଶହଶହ ଲିଟର ଦେଶୀ ମଦ ଏବଂ ପ୍ରାୟ ୩୦ କୁଇଂଟାଲ ପୋଚ ଢାଳି ନଷ୍ଟ କରିଥିଲେ।
ଏଥିସହ ବିପୁଳ ପରିମାଣର ମହୁଲ ଏବଂ ଏବଂ ପାଉଚ ମଦ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରକୁ ଫିଙ୍ଗି ଅଭିନବ ପ୍ରତିବାଦ କରିଥିଲେ। ତେବେ ମଦଭାଟିକୁ ଅନ୍ୟତ୍ର ଉଚ୍ଛେଦ ପାଇଁ ୭ ଦିନ ସମୟ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି  ଦିଆଯିବାରୁ ସେମାନେ ନିଜ ନିଜ ଘରକୁ ଫେରିଯାଇଥିଲେ। ସେହିଦିନ ଠାରୁ ଉକ୍ତ ମଦଭାଟିରେ ମଦ ପ୍ରସ୍ତୁତି ମଧ୍ୟ ବନ୍ଦ ରହିଥିଲା। ମାତ୍ର ୭ ଦିନ ମଧ୍ୟରେ ସେମାନଙ୍କର ଦାବୀ ପୂରଣ ନହେବାରୁ ଆଜି ସେମାନେ ପୁଣିଥରେ ଠେଙ୍ଗାବାଡି ଧରି ଉକ୍ତ ମଦଭାଟୀ ଆଗରେ ଧାରଣା ଦେଇଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ସେମାନେ ମଦଭାଟିକୁ ଭଙ୍ଗାରୁଜା କରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories