www.samajalive.in
Tuesday, December 9, 2025
17.1 C
Bhubaneswar

ଲାଲଗଡ଼ରେ ମାଓବାଦୀ-ପୁଲିସ ଗୁଳି ବିନିମୟ

କଣ୍ଟାବାଞ୍ଜି: କିଛି ମାସର ନିରବତା ପରେ ପୁଣି ତୁରେକେଲା ଅଞ୍ଚଳରେ ମାଓ ଗତିବିଧି ଦେଖିବାକୁ ମିଳିଛି। କିଛି ଦିନ ହେବ ତୁରେକେଲା ଲାଲଗଡ଼ରେ ମାତିଛନ୍ତି ମାଓବାଦୀ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ନିକଟସ୍ଥ କଦଳୀପାଳି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗତକାଲି ରାତିରୁ ଚାଲିଛି କମ୍ବିଂ ଅପରେସନ। ଗାଁରେ ମାଓ ଗତିବିଧି ଥିବା ପୁଲିସ ସନ୍ଦେହ କରି କମ୍ବିଂ ଅପରେସନକୁ ଜୋରଦାର କରିଥିଲା। ବଲାଙ୍ଗୀର ଏସପି ନିତିନ କୁସଲକର ଏହି ଅପରେସନର ନେତୃତ୍ୱ ନେଇଥିଲେ। ଅନ୍ୟ ପକ୍ଷରେ ବଲାଙ୍ଗୀର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ପ୍ରାୟ ୧୦ ରୁ ଅଧିକ ମାଓବାଦୀ ଥିବା ବେଳେ ଗୁଳିବିନିମୟ ସମୟରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଆଗକୁ ମଧ୍ୟ କମ୍ବିଂ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଏସପି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories