ବଲାଙ୍ଗିର: ବୁଧବାର ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସାଧବ ମିଶ୍ର (୬୫) ବୁଢୀ ମା’ଙ୍କ ଶବ ମର୍ଯ୍ୟାଦା ସହ ସତ୍କାର କରିଛି। ବୁଢୀ ମା’ ଜଣକ ସ୍ଥାନୀୟ ସାଗରପଡାରେ ରହୁଥିଲେ। ସେ ପିଠା ବିକ୍ରି କରି ପେଟ ପୋଷଣ କରୁଥୁଲେ। ତାଙ୍କ ଏଠାରେ କେହି ନଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିଲା। ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯକର୍ତ୍ତା ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ଶବକୁ ମର୍ଯ୍ୟାଦା ସହ ସତ୍କାର କରିଥିଲେ। ଏହି ମହତ କାର୍ଯ୍ୟରେ ଅନୁଷ୍ଠାନ ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକାନନ୍ଦ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, କନ୍ଦର୍ପ ରଣା, ବୀରେନ୍ଦ ସାହୁ, କାଲକୁଲେଟର ରଥ ଏବଂ ଉପଦେଷ୍ଟା ଟୁନା ମିଶ୍ର ସହଯୋଗ କରିଥିଲେ।
Popular Categories



