www.samajalive.in
Wednesday, December 10, 2025
18.1 C
Bhubaneswar

ସମାଜିକ ବିଭେଦ ସୃଷ୍ଟି ଅଭିଯୋଗରେ ନେଇ କେଜରିୱାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ସମାଜରେ ଧାର୍ମିକ ଓ ଜାତିଗତ ବିଭେଦ ସୃଷ୍ଟି କରିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏହି ମାମଲା ରୁଜୁ କରିଛନ୍ତି। ଉତ୍ତରପ୍ରଦେଶରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଆପଲର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ତିୱାରୀଙ୍କୁ ପୁଲିସ ଗୁଳିକରି ହତ୍ୟା କରିବା ଘଟଣାରେ କେଜରିୱାଲ ଧର୍ମଭିତ୍ତିକ ମନ୍ତବ୍ୟ ଦେଇଥିଲେ। କେଜରିୱାଲ ଟୁଇଟ୍‍ କରିଥିଲେ ‘ତିୱାରୀ ଜଣେ ହିନ୍ଦୁ। ତାଙ୍କୁ ସେମାନେ କାହିଁକି ହତ୍ୟା କଲେ? ବିଜେପି ନେତାମାନେ ଦେଶବ୍ୟାପୀ ହିନ୍ଦୁ ଯୁବତୀଙ୍କୁ ବଳାତ୍କାର କରୁଛନ୍ତି। ନିଜ ଆଖିରୁ ପରଦା ହଟାଅ। ବିଜେପି ହିନ୍ଦୁମାନଙ୍କୁ ହିତାକାଂକ୍ଷୀ ନୁହେଁ। କ୍ଷମତା ପାଇବାକୁ ସେମାନେ ହିନ୍ଦୁଙ୍କୁ ହତ୍ୟା କରିବାକୁ କୁଣ୍ଠାବୋଧ କରିବେ ନାହିଁ।’ କେଜରିୱାଲଙ୍କ ଏପରି ଟୁଇଟ୍‍କୁ ନେଇ ଦିଲ୍ଲୀର ତିଲକ ମାର୍ଗ ଥାନାରେ ମାମଲା ରୁଜୁ କରାଯାଇଛି। ସମାଜରେ ସଦ୍‍ଭାବ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କର କାମ; ମାତ୍ର ସେ ଉଦେଶ୍ୟମୂଳକ ଭାବେ ହିନ୍ଦୁଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। ଏହା ସହିତ ହିନ୍ଦୁ ଯୁବତୀଙ୍କୁ ଅପମାନିତ କରୁଛନ୍ତି। ଆଇପିସିର ଧାରା ୧୫୩କ, ୧୯୫କ, ୫୦୪ ଓ ୫୦୫ରେ ମାମଲା ରୁଜୁ କରାଯାଇଛି। ମାମଲା ଦାୟରକାରୀ ଉପାଧ୍ୟାୟ କହିଛନ୍ତି ଯେ କେଜରିୱାଲ ଉଦେଶ୍ୟମୂଳକ ଭାବେ ଏପରି ଟୁଇଟ୍‍ କରିଛନ୍ତି। ଅନ୍ୟପଟେ ତିୱାରିଙ୍କ ପତ୍ନୀ କଳ୍ପନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ତିୱାରିଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories