www.samajalive.in
Saturday, December 6, 2025
16.1 C
Bhubaneswar

ଖରାଟିଆ କାକୁଡ଼ି ଚାଷ; ଚାଷୀ ହତାସ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ ଯେଭଳି ଚାଷୀମାନଙ୍କର ଜୀବନ ଓ ଜୀବିକା ସହିତ ଅତି ନିବିଡ଼, ସେହିପରି ଖରାଟିଆ କାକୁଡ଼ି ଚାଷ କରିବାରେ ଅଞ୍ଚଳର ପତିଆରା ରହିଛି। ପ୍ରତିବର୍ଷ ଖରାଟିଆ କାକୁଡ଼ି ଚାଷ କରି ଶତାଧିକ ଚାଷୀ ପରିବାର ପାଇଁ ଭଲ ରୋଜଗାର କରିଥାନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ଚଳିତ ବର୍ଷ ଡମପଡ଼ା ବ୍ଲକ ଅଧିନ ପାଥପୁର ଓ ଭଗିପୁର ପଞ୍ଚାୟତର ଚାଷୀମାନେ କ୍ଷତି ସହିଛନ୍ତି। କଠିନ ପରିଶ୍ରମକୁ ବ୍ୟୟ ବହୁଳ ଚାଷରେ ଟିକିଏ ଯତ୍ନର ଅଭାବ ହେଲେ ଚାଷରେ କ୍ଷତି ପହଞ୍ଚେ। ସେହିପରି ଉତ୍ପାଦିତ ସାମଗ୍ରୀର ବଜାର ବିକ୍ରିର ଗୁରୁତ୍ୱ ରହିଛି।

କଟକ-ଭୁବନେଶ୍ୱରରୁ ବ୍ୟବସାୟୀମାନେ ଆସି କ୍ଷେତ ମୁଣ୍ଡରୁ କ୍ୱିଣ୍ଟାଲ୍‍ କ୍ୱିଣ୍ଟାଲ୍‍ କାକୁଡ଼ି ସଂଗ୍ରହ କରିଥାନ୍ତି। ମାତ୍ର ଚଳିତ ସପ୍ତାହରେ ୩ଦିନ ବର୍ଷା ଓ ଝଡ଼ ପବନରେ କ୍ଷେତ ପ୍ରଭାବିତ ହୋଇ କାକୁଡ଼ି ନାଲି ଓ ହଳଦିଆ ରଙ୍ଗ ପଡ଼ିବାରୁ ବଜାର ଦର କମିଛି। ଖାଉଟୀ ଚାହିଦା କରୁନାହାନ୍ତି। ସେହିପରି ଚଳିତ ବର୍ଷ ରୋଗ ପୋକ ନିୟନ୍ତ୍ରଣରେ ଉଦ୍ୟାନ ବିଭାଗ କୌଣସି ପ୍ରତିଶେଧକ ବ୍ୟବସ୍ଥା ପାଇଁ ସରକାରୀ ପ୍ରୋତ୍ସାହନ ଓ ପରାମର୍ଶ ଦେଇ ନଥିବାରୁ ଏକର ଏକର ଚାଷ କରିଥିବା ଚାଷୀ କ୍ଷତିରେ ହତାସ ହୋଇଛି। ବଜାରରୁ ନିମ୍ନମାନର ବିହନ କିଣି ଚାଷୀ ଠକାମୀରେ ପଡ଼ିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରୁଛନ୍ତି। ସେପଟେ ଆଗାମୀ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ନେଇ ଚାଷୀ ତରତର ହୋଇ କାକୁଡ଼ି ତୋଳିବାରେ ବ୍ୟସ୍ତ। ବଜାରରେ କି.ଗ୍ରା. ପ୍ରତି ୨୦ଟଙ୍କାରେ କାକୁଡ଼ି ବିକ୍ରି ହେଉଥିବା ସମୟରେ ଚାଷୀ କି.ଗ୍ରା. ପ୍ରତି ୬ରୁ ୧୦ଟଙ୍କା ବିକୁଛି। ଭଗିପୁର ପଞ୍ଚାୟତ ଅଧିନ ଗୟଳବାଙ୍କ କାକୁଡ଼ି ଚାଷୀ ଶଶିଶେଖର ଦାସ, ଶରତ କୁମାର ଦାସ, ଗଗନ ବିହାରୀ ସିଂହ, ନରୋତ୍ତମ ସାହୁ, ଭରତ ସାହୁ, କୁସାଲି ରଣା, ପୀତବାସ ଧର, ବଗ ସାହୁ, ରତ୍ନାକର ସିଂହ, ଭାଲୁ ରଣା, ଶଙ୍କର ସେଠୀ, ଦିନ ଧର, ବାଦଲ ରଣା ପ୍ରମୁଖ ଶତାଧିକ ଚାଷୀ ଖରାଟିଆ କାକୁଡ଼ି ଚାଷରେ ହତାସ ହୋଇଥିବା କହିଛନ୍ତି। ଚାଷୀ ଶିଶୁ ଶେଖର ଦାସଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ୧୦ଗୁଣ୍ଠ ଚାଷରେ ୨୦ ହଜାର ଟଙ୍କା ବିନିଯୋଗ କରି ବର୍ତ୍ତମାନ ସୁଧା ୧୬ ହଜାର ଟଙ୍କା ଆୟ କରିଛନ୍ତି। ୩ମାସର ମୂଲ ମଜୁରୀ ଓ ଚାଷର ପରିଶ୍ରମ ମୂଲ୍ୟ ପାଇନାହାନ୍ତି। ଆଗକୁ ବର୍ଷା ସମ୍ଭାବନା ନିଶ୍ଚିତ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେବ ବୋଲି କହିଛନ୍ତି। କୃଷି ଓ ଉଦ୍ୟାନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଶୀତଳ ଭଣ୍ଡାର ଥିଲେ ହୁଏତ ଅଧିକ ଅମଳ ସମୟରେ ସଂରକ୍ଷିତ କରାଯାଇ ପରେ ଦର ବଢ଼଼ିଲେ ବିକ୍ରି ଲାଭ ହୋଇଥାଆନ୍ତା ବୋଲି କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories