www.samajalive.in
Thursday, December 11, 2025
13.1 C
Bhubaneswar

ତ୍ୱଚା ପାଇଁ ତରଭୂଜର କରାମତି

ତ୍ୱଚାର ଚମକ ବୃଦ୍ଧି ପାଇଁ ସଭିଏଁ ଅନେକ ଉପାୟ ଆପଣାଇ ଥାଆନ୍ତି। ଅନେକ ସମୟରେ ଦୈନନ୍ଦିନ ବ୍ୟସ୍ତତା ଜୀବନଶୈଳୀରେ ଅନେକ ପ୍ରଭାବ ପକାଇଥାଏ। ଭୁଲ ଖାଦ୍ୟପେୟ ତ୍ୱଚା ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ତ୍ୱଚାରେ ବିଭିନ୍ନ ପ୍ରକାର ଦାଗ, ଶୁଷ୍କତା ଭଳି ସମସ୍ୟା ଦେଖାଦେଇଥାଏ। ମାତ୍ର ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୂଜ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ତରଭୂଜ ଫେସିଆଲ ଦ୍ୱାରା ଏହା ମୁହଁର ଚମକୁ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଜାଣନ୍ତୁ…..
ତରଭୂଜରେ ଆଣ୍ଟି-ଅକ୍ସିଡାଣ୍ଟ,ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ପ୍ରଥମେ ନିଜ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏଥିପାଇଁ ତରଭୂଜ ରସରେ ଅଳ୍ପ ନଡିଆ ତେଲ ମିଶାନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
ଏହାପରେ ୨ ଚାମଚ ତରଭୂଜ ରସରେ ୧ ଚାମଚ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ହାଲକା ଭାବେ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁ ଖୁବ ଉଜ୍ଜ୍ୱଳ ହେବା ସହ ମୁହଁର ଦାଗ ଦୂର ହୋଇଥାଏ।
ତରଭୂଜର କ୍ରିମ୍‍ ପ୍ରସ୍ତୁତ ପାଇଁ ଏକ ଚାମଚ ତରଭୂଜ ରସରେ ମହୁ ଓ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ।
ଏହାପରେ ବେସନ,କ୍ଷୀର ଓ ତରଭୂଜ ରସକୁ ମିଶାଇ ତ୍ୱଚାରେ ଲଗାନ୍ତୁ।୧୫ ମିନିଟ୍‍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ଫେସିଆଲ କରିବା ଦ୍ୱାରା ନିଜେ ଚମତ୍କାର ଅନୁଭବ କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories