www.samajalive.in
Monday, December 8, 2025
24.1 C
Bhubaneswar

ବିଦେଶରେ ପ୍ରଦର୍ଶିତ ହେଲା ଚକରା ବିଶୋଇ ଓ ବାଜି ରାଉତଙ୍କ ଦେଶପ୍ରେମ

ଭୁବନେଶ୍ୱର: କାତାର ଦେଶରେ ଥିବା ଓଡ଼ିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ମେ’ ୪ ତାରିଖରେ କାତାରସ୍ଥିତ ଇଣ୍ଡିଆନ କଲ୍‌ଚରାଲ ସେଣ୍ଟରଠାରେ ୮୭ତମ ଉତ୍କଳ ଦିବସ ଏବଂ ସ୍ବାଧୀନତାର ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବର୍ଣ୍ଣାଢ୍ୟ ମହୋତ୍ସବକୁ କାତାରସ୍ଥିତ ଦୂତାବାସର ଭାରତୀୟ ରାଷ୍ଟ୍ରଦୂତ ବରେଣ୍ୟ ଡା. ଦୀପକ ମିତ୍ତଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ସହ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଭାରତୀୟ ଦୂତାବାସର ଶିକ୍ଷା ଓ ସଂସ୍କୃତି ସଚିବ କୁଲଜିତ୍ ସିଂ ଆରୋରା, ଆଇସିବିଏଫର ସଭାପତି ବିନୋଦ ନାୟାର, ଆଇସିସି ଉପସଭାପତି ସୁବ୍ରମଣ୍ୟ ହେବାଗେଲୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ତାହାର ପ୍ରଶଂସା କରିଥିଲେ। ‘ଉତ୍କଳିକା କାତାର’ର ସଭାପତି ଡା. ବସନ୍ତ କୁମାର କବି ଉପସ୍ଥିତ ପ୍ରବାସୀ ଓଡିଆମାନଙ୍କୁ ଉତ୍କଳ ଜନନୀର ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନ ସଂପର୍କରେ ଆଲୋକପାତ କରିଥିଲେ। ଭାରତ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି ଉତ୍କଳ ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଓଡିଶାର କଳା, ନୃତ୍ୟ ଓ ସ୍ୱତନ୍ତ୍ରତା ସଂଗ୍ରାମୀମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବାର ଲକ୍ଷ୍ୟ ନେଇ ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ସ୍ୱପ୍ରସ୍ତୁତ ଓଡିଶୀ ନୃତ୍ୟ, ନାଟକ ଓ ଅଭିନୟ ଆଦି ସାଂଗକୁ ରାଜ୍ୟ ତଥା ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଥିବା ଢେଙ୍କାନାଳର ନାଟ୍ୟାନୁଷ୍ଠାନ ‘ଅଲଟରନେଟିଭ ରିଦିମ ଥିଏଟର’ର ଦୁଇଟି ଲୋକପ୍ରିୟ ନାଟକ ‘ମୁଁ ଚକରା କହୁଛି’ ଏବଂ ‘ମୁକ୍ତି ସଳିତା’ ଡିଜିଟାଲ ପରଦାରେ ପ୍ରଦର୍ଶିତ ହୋଇଥିଲା। ପରାଧୀନ ଉତ୍କଳର ତତ୍କାଳିନ ଘୂମୁସର ରାଜ୍ୟର ମହାନ ବିପ୍ଳବୀ ସହୀଦ ଚକରା ବିଶୋୟୀ ଏବଂ ସର୍ବକନିଷ୍ଠ ସହୀଦ ୧୨ ବର୍ଷର ଓଡିଆ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜୀବନ ସଂଗ୍ରାମ ଓ ବଳିଦାନକୁ ନେଇ ପ୍ରସ୍ଥୁତ ଏହି ନାଟକ ସ୍ବାଧୀନତାର ଅମୃତ ମହୋତ୍ସବର ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ବିଶିଷ୍ଟ ନାଟ୍ୟକାର ମନ୍ମଥ କୁମାର ଶତପଥୀ ‘ମୁଁ ଚକରା କହୁଛି’ ରଚନା କରୁଥିବା ବେଳେ ଖ୍ୟାତି ସମ୍ପନ୍ନ ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସ ‘ମୁକ୍ତି ସଳିତା’ର ରଚନା କରିବା ସହିତ ଉଭୟ ନାଟକରେ ନିର୍ଦେଶନା ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ‘ଉତ୍କଳିକା କାତାର’ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ, ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସନ୍ଧ୍ୟାର ସମାପନ ହୋଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories