www.samajalive.in
Wednesday, December 10, 2025
26.1 C
Bhubaneswar

ଆକର୍ଷିତ କରୁଛି ମହିଳାଙ୍କ ଷ୍ଟଲ, ଖାଦ୍ୟ ଓ ଗେମିଂ ଜୋନ୍‌ରେ ଜମୁଛି ଭିଡ଼

ଭୁବନେଶ୍ୱର: ଜନତା ମଇଦାନରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁଅରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳାର ଆଜି ଥିଲା ଦ୍ୱିତୀୟ ଦିବସ । ଏଥିରେ ମହିଳା ଉଦ୍ୟୋଗୀଙ୍କ ପାଇଁ ୧୦୦ରୁ ଅଧିକ ଷ୍ଟଲ ରହିଛି । ଅପରାହ୍ଣ ହେବା କ୍ଷଣି ଏହିସବୁ ଷ୍ଟଲରେ ଜମୁଛି ଦର୍ଶକଙ୍କ ଭିଡ଼ । ଷ୍ଟଲ୍‌ରୁ ଷ୍ଟଲ ବୁଲି ସେମାନେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀଗୁଡ଼ିକର ଜିନିଷ ସବୁ ଦେଖୁଛନ୍ତି। ଦର୍ଶକ ଏହା ସହ ଏହି ମହିଳାମାନଙ୍କ ସଫଳତାର କାହାଣୀ ଦେଖି ଉତ୍ସାହିତ ହେଉଛନ୍ତି। ମେଳାରେ ଥିବା ଓଡ଼ିଆ ପାରମ୍ପରିକ ଖାଦ୍ୟର ମଜା ଉଠାଉଛନ୍ତି। ପିଲାମାନେ ଗେମିଂ ଜୋନ୍‌ରେ ବିଭିନ୍ନ ଖେଳ ଖେଳୁଛନ୍ତି, ଆଉ ସେଲ୍ଫିନେଉଛନ୍ତି। ଏହି ମେଳାରେ କୌଣସି ପ୍ରବେଶ ଶୁଳ୍କ ନାହିଁ। ଦ୍ୱିତୀୟ ଦିବସରେ ବିଭିନ୍ନ ଅଧିବେଶନ ଆୟୋଜିତ କରାଯାଇଥିଲା। ଏଥିରେ ବକ୍ତା ଭାବେ ସମୀର ପୂରୋହିତ, ମଲ୍ଲିକା ତ୍ରିପାଠୀ, ମୋନିକା ବାହଲ୍‌, ସୁହାସ ଲଖାଣ୍ଡେ, ସୁମା ଦେବୀ ଦାଶ, ଅନୁରାଧା ମହାନ୍ତି, ଲୁକେ, କୋଟିନୋ, ସ୍ୱାତି କେଜିରୱାଲ୍ ଯୋଗ ଦେଇ ମହିଳା ସଶକ୍ତିକରଣକୁ ଉପରେ ଆଲୋଚନା କରିଥିଲେ।
ବିଶେଷ କରି ଆଧ୍ୟତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ଗୌରାଙ୍ଗ ଦାସ ପ୍ରଭୁ ଯୋଗ ଦେଇ ମହିଳା ମାନେ ସମାଜରେ କିଭଳି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବେ ଏବଂ ସମାନତା ପାଇବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ୟ୍ୟକ୍ରମରେ ଆଇ.ସି.ସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି, ସହ ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ, ଆଇସିସିର ଜେ.ବି ପାଲ୍‌, ଆଇ.ସି.ସିର ସଭାପତି ପ୍ରଦୀପ ସୁରେଖା ପ୍ରମୁଖ ଉପସ୍ଥିତି ରହି କାର୍ୟ୍ୟକ୍ରମର ପରିଚାଳନା କରିଥିଲେ। ଏହି ମେଳା ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଚାଲିବ। ଦିନ ୧ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଦର୍ଶକମାନେ ମେଳାକୁ ଆସି ବିଭିନ୍ନ ଷ୍ଟଲ ବୁଲିବା ସହ ଖାଦ୍ୟର ମଜା ଉଠାଇ ପାରିବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories