www.samajalive.in
Wednesday, December 10, 2025
26.1 C
Bhubaneswar

‘ଧରଣୀଧର ଥିଲେ ଦେଶର ପ୍ରଥମ ଆଇନଗତ ଗଣସଂଗ୍ରାମର ଉଦ୍‌ଗାତା’

ଭୁବନେଶ୍ୱର:ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି, ସାହସିକତା ଓ ନିର୍ଭୀକତା ସ୍ମରଣୀୟ। ସେ ଆଦିବାସୀ ସ୍ୱାଭିମାନର ପ୍ରତୀକ। ତାଙ୍କ ଆଦର୍ଶ ଉତ୍ତରପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ସେ ଭାରତର ପ୍ରଥମ ଆଇନଗତ ଗଣସଂଗ୍ରାମର ଉଦ୍‌ଗାତା ଭାବରେ ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତ ଦେଇଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ସଂଘ ଓ କେନ୍ଦୁଝର ବିକାଶ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜାତୀୟ ଚେତନା ଜାଗରଣରେ ଧରଣୀଧରଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଏବଂ ସେ ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ଦିଗ୍‌ଦର୍ଶନ ଦେଇ ଆସୁଥିଲେ। ତାଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱ ଆଜିର ସମାଜରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଜନସାଧାରଣଙ୍କ ମନରେ ବିଶ୍ୱାସ ସୃଷ୍ଟି ସହିତ ସେମାନଙ୍କୁ ଏକତ୍ର କରି ହକ୍‌ ଆଦାୟ ପାଇଁ ପ୍ରକୃତ ନେତା ଉଦ୍ୟମ କରିଥାଏ ଏବଂ ଧରଣୀଧର ସେହିପରି ନେତା ଥିଲେ ବୋଲି କହିଥିଲେ ।
‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଭଣ୍ଡାରୀପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେଧରଣୀଧରଙ୍କ ଜୀବନର ଅନେକ ଅନାଲୋଚିତ ଦିଗ ଉପରେ ଗବେଷଣା ହେବା ଆବଶ୍ୟକ ବୋଲି ଦର୍ଶାଇ ଥିଲେ । ବିଶିଷ୍ଟ ଶିକ୍ଷାବିତ୍‌ ତଥା ଗବେଷକ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବରେ ବକ୍ତବ୍ୟ ରଖି ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ରାଜାଙ୍କ ପ୍ରାୟୋଜିତ ଅନ୍ୟାୟ କର, ନିଲାମୀ, ଶୋଷଣ ଓ ନିର୍ଯାତନା ବିରୁଦ୍ଧରେ ଧରଣୀଧର ଆନ୍ଦୋଳନ କରିଥିଲେ ଏବଂ ସେ ଆନ୍ଦୋଳନରେ ସମାଜର ସବୁବର୍ଗର ଲୋକ ଅଂଶଗ୍ରହଣ କରିଥିଲେ । କେନ୍ଦୁଝର ଭୂୟାଁ ମେଳିରେ ପ୍ରାୟ ୩୦ ହଜାର ଲୋକ
ଯୋଗଦେଇଥିଲେ ବୋଲି ଦର୍ଶାଇ ଶ୍ରୀ ଦାଶ କହିଲେ ଯେ ଧରଣୀଧରଙ୍କ ସନ୍ନ୍ୟାସ ପରେ ମଧ୍ୟ ବିଦ୍ରୋହର ପ୍ରଭାବ ଜୀବିତ ରହିଥିଲା । ସନ୍ନ୍ୟାସ ନେଇଥିଲେ ମଧ୍ୟ ଧରଣୀଧର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବିପ୍ଳବୀ ଧରଣୀଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିବାବେଳେ ଆବାହନୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇ ପୂଜ୍ୟପୂଜା ଓ ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ପ୍ରେରଣା ସୃଷ୍ଟି କରିବା ଆମର ନୈତିକ କର୍ତ୍ତବ୍ୟ ବୋଲି ଉଲେ ୍ଲଖ କରିଥିଲେ। ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସଂଘ ଓ କେନ୍ଦୁଝର ବିକାଶ ପରିଷଦର ସଭାପତି ପ୍ରଫେସର ହାଡ଼ିବନ୍ଧୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭୁବନେଶ୍ୱରର ‘ଆଦୃତା’ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories