www.samajalive.in
Wednesday, December 10, 2025
26.1 C
Bhubaneswar

୨୦୨୨-୨୩ ବର୍ଷରେ ମୋଟ ୧୬୩.୯୦ କୋଟିର ବ୍ୟବସାୟ ଲକ୍ଷ୍ୟ

ଭୁବନେଶ୍ୱର: ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ। ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର। ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର। ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଂଜୀକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି।
୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି ‘ବୟନିକା’ ନାମରେ ସୁଖ୍ୟାତି ଅର୍ଜନ କରିଛି । ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ‘ବୟନ ଭବନ’ ପ୍ରାଙ୍ଗଣରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ବୟନିକାର ପରିଚାଳନା ନିର୍ଦ୍ଦେଶକ, ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମେତ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଉଦ୍‌ଘାଟନ କରିଛନ୍ତି । ଉପରୋକ୍ତ ସମାରୋହ ବ୍ୟତୀତ ବୟନିକାର ସମସ୍ତ ବିକ୍ରୟ ଶାଖାରେ ଏହି ସମାରୋହକୁ ପାଳନ କରାଯାଇଛି, ଯାହାକୁ କି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ତହସିଲଦାରମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ।

ବୟନିକା ୨୦୨୧-୨୨ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ୧୨୮.୮୫ କୋଟି ଟଙ୍କାର ବ୍ୟବସାୟ ହାସଲ କରିଛି । ୨୦୨୨-୨୩ ବର୍ଷରେ ମୋଟ ୧୬୩.୯୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ୧୨୮.୮୫ କୋଟିର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲ୍‌ ଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବା ପାଇଁ ଚେଷ୍ଟିତ ।
ବୟନିକା ଏହାର ୬୬ତମ ପ୍ରତିଷ୍ଠା ଦିବସରେ, ଓଡ଼ିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories