www.samajalive.in
Wednesday, December 10, 2025
16.1 C
Bhubaneswar

ତୃଷାର୍ତ୍ତଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଯନ୍ତ୍ର ସ୍ଥାପିତ

ସମ୍ବଲପୁର: ସାରା ରାଜ୍ୟରେ ଏବେ ପ୍ରବଳ ରୌଦ୍ରତାପ ଅନୁଭୂତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଥିବା ଜନତାଙ୍କ ପାଇଁ ଥଣ୍ଡା ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି । ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ଜଳର ଆବଶ୍ୟକତାକୁ ହୃହୟଙ୍ଗମ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବି. ପ୍ର. ଫାଉଣ୍ଡେସନ ସମ୍ବଲପୁର ଶାଖା ତରଫରୁ ଧନୁପାଲି ଛକ ଠାରେ ଏକ ଥଣ୍ଡା ପାନୀୟ ଜଳ ଯନ୍ତ୍ର ସମସ୍ତଙ୍କ ପାଇଁ ସ୍ଥାପିତ କରାଯାଇଛି । ସମ୍ବଲପୁରର ଅନ୍ୟତମ ପ୍ରମୁଖ ପ୍ରବେଶ ଦ୍ୱାର ଧନୁପାଲି ଛକରେ ସବୁବେଳେ ଗହଳି ଲାଗି ରହିଥିବା ବେଳେ ଲୋକେ ପାଣି ମୁନ୍ଦିଏ ପାଇଁ ହନ୍ତସନ୍ତ ହେଉଥିବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ମାନବୀୟ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ଅନୁଷ୍ଠାନର ପୃଷ୍ଠପୋଷକ ଓମଁ ପ୍ରକାଶ ତିୱାରୀ ତାଙ୍କର ପିତ୍ରୁ ପୁରୁଷଙ୍କ ସ୍ମୃତିରେ ଏହି ଥଣ୍ଡା ପାନୀୟ ଜଳ ଯନ୍ତ୍ର ଦାନ କରିଛନ୍ତି । ଏହି ଜଳ ଯନ୍ତ୍ରର ଉଦଘାଟନ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନଙ୍କ ସମେତ ଜନତା ଉପସ୍ଥିତ ରହିଥିଲେ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories