www.samajalive.in
Monday, December 8, 2025
27.1 C
Bhubaneswar

ବ୍ରାହ୍ମଣ ସମାଜ ପକ୍ଷରୁ ବୌଦ୍ଧରେ ବିଧାୟକ କଲେ ଅଖିମୁଠି ଅନୁକୂଳ

ବୌଦ୍ଧ: ପବିତ୍ର ଅକ୍ଷିତୃତୀୟା ଅବସରରେ ଜିଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଖିମୁଠି ଅନକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ବଘିଆପଡା ପାଲଝର କୃଷିଫାର୍ମଠାରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଭୂମିପୂଜନ ସହିତ ବୀହନ ଅଖିମୁଠି ଅନକୂଳ କରିଥିଲେ। ପରେ ରାଷ୍ଟ୍ରିୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଜିଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ବିଧାୟକ ଶ୍ରୀ ଅମାତ ଯୋଗ ଦେଇ ଚଳିତବର୍ଷ ଉତ୍ତମ ପାଣିପାଗ ସହିତ ଚାଷୀମାନେ ଭଲ ଅମଳ କରି ଉପକୃତ ହେବାକୁ କାମନା କରିଥିଲେ।

ଜିଲା କୃଷି ଅଧିକାରୀ ନାରାୟଣ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର ଓ ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ରହି ଭୂମି ପୂଜନ ଓ ଅଖିମୁଠି ଅନକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories