www.samajalive.in
Thursday, December 11, 2025
26.1 C
Bhubaneswar

ବାରବାଟୀ, ଡ୍ରିମ୍‍ସ, ରେଭେନ୍‍ସାରେ ଖେଳାଯିବ ସମସ୍ତ ଘରୋଇ ମହିଳା କ୍ରିକେଟ ମ୍ୟାଚ୍‍

କଟକ : ଆସନ୍ତା ଅକ୍ଟୋବର ଓ ଡିସେମ୍ବରରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ ବିସିସିଆଇର ୨ଟି ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହି ୨ଟି ଟୁର୍ଣ୍ଣାମେଣ୍ଟ ହେଉଛି ୧୯ ବର୍ଷରୁ କମ୍‍ ମହିଳା ଟ୍ୱେଣ୍ଟି୨୦ ଲିଗ୍‍ର ଗ୍ରୁପ୍‍ ‘ବି’ ମୁକାବିଲା ଏବଂ ସିନିୟର ମହିଳା ଏଲିଟ୍‍ ଗ୍ରୁପ୍‍ ‘ସି’ର ଦିନିକିଆ ଟୁର୍ଣ୍ଣାମେଣ୍ଟ। ଏହି ୨ଟି ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ପର୍କିତ ତଦାରଖ ପାଇଁ ବିସିସିଆଇର କ୍ରିକେଟ ପରିଚାଳନା ସହକାରୀ ମହାପ୍ରବନ୍ଧକ କେ.ଭି.ପି. ରାଓ ଓଡ଼ିଶା ଆସିଥିଲେ। ଶନିବାର ରାଓ କଟକ ଓ ଭୁବନେଶ୍ୱରର ବିଭିନ୍ନ ପଡ଼ିଆ ବୁଲି ଦେଖିଥିଲେ। ପରେ କେ.ଭି.ପି. ରାଓ ନିଷ୍ପତ୍ତି ନେଇଥିଲେ ଯେ ଉପରୋକ୍ତ ୨ଟି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ କଟକର ୩ଟି ପଡ଼ିଆ- ବାରବାଟୀ ଷ୍ଟାଡିୟମ୍‍, ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଓ ଡ୍ରିମ୍‍ସ ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ କଟକର ଅନ୍ୟ କିଛି ଗ୍ରାଉଣ୍ଡରେ ଉଭୟ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‍ ଖେଳାଯିବାର ନିଷ୍ପତ୍ତି ଓସିଏ ନେଇଥିବା ବେଳେ ରାଓଙ୍କ ନିଷ୍ପତ୍ତି ପରେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories