www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱକପ୍‍ ତୀରନ୍ଦାଜୀ ଫାଇନାଲରେ ଦୀପିକାଙ୍କୁ ବ୍ରୋଞ୍ଜ୍‍

ସାମ୍‍ସୁନ୍‍ (ତୁର୍କୀ) : ଏଠାରେ ଚାଲିଥିବା ବିଶ୍ୱକପ୍‍ ତୀରନ୍ଦାଜୀ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି ଭାରତର ଦୀପିକା କୁମାରୀ। ରବିବାର ଅନୁଷ୍ଠିତ ବ୍ରୋଞ୍ଜ୍‍ ପଦକ ମୁକାବିଲାରେ ଦୀପିକା ସଂଘର୍ଷ ପରେ ଜର୍ମାନୀର ଲିସା ଉନ୍‍ରୁଙ୍କୁ ପରାସ୍ତ କରିଛନ୍ତି। ୫ଟି ସେଟ୍‍ର ମୁକାବିଲା ପରେ ଦୀପିକା ଓ ଉନ୍‍ରୁ ୫-୫ ସେଟ୍‍ରେ ସମାନ ସ୍ତରରେ ରହିଥିଲେ। ଫଳରେ ସୁଟ୍‍ଆଉଟ ହୋଇଥିଲା। ଏଥିରେ ମଧ୍ୟ ଉଭୟ ଦୀପିକା ଓ ଉନ୍‍ରୁ ସମାନ ୯ ପଏଣ୍ଟ ଲେଖାଏଁ ହାସଲ କରିଥିଲେ। ତେବେ ଦୀପିକାଙ୍କ ଏକ ସଟ୍‍ କେନ୍ଦ୍ର ବିନ୍ଦୁର ନିକଟତର ଥିବାରୁ ତାଙ୍କୁ ବିଜେତା ଘୋଷଣା କରା ଯାଇଥିଲା। ପରେ ଦୀପିକା ସ୍ୱୀକାର କରିଥିଲେ ଯେ ତାଙ୍କ ସହ ପ୍ରଶିକ୍ଷକ ନଥିବାରୁ ସେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲେ। ପୂର୍ବରୁ ୩ୟ ସିଡ୍‍ ଦୀପିକା କ୍ୱାର୍ଟରଫାଇନାଲରେ ଚାଇନିଜ୍‍ ତାଇପେର ୮ମ ସିଡ୍‍ ଲେଇ ଚିଏନ୍‍-ୟିଙ୍ଗ୍‍ଙ୍କୁ ୬-୪ରେ ପରାସ୍ତ କରିବା ପରେ ସେମିଫାଇନାଲରେ ତୁର୍କୀର ୟାସ୍‍ମିନ୍‍ ଆନାଗୋଜ୍‍ଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ; ୫ମ ଥର ପାଇଁ ଦୀପିକା ବିଶ୍ୱକପ୍‍ ତୀରନ୍ଦାଜୀରେ ପଦକ ଜିତି ପାରିଛନ୍ତି। ପୂର୍ବରୁ ବିଶ୍ୱକପ୍‍ରେ ଦୀପିକା ୪ଟି ରୌପ୍ୟପଦକ ଜିତି ପାରିଥିଲେ। ଗତ ଏସୀୟ କ୍ରୀଡ଼ାରେ ଦୀପିକା କୌଣସି ପଦକ ଜିତି ପାରିନଥିଲେ। ଅନ୍ୟପକ୍ଷରେ ଚଳିତ ବିଶ୍ୱକପ୍‍ରେ ଭାରତର ପୁରୁଷ ତୀରନ୍ଦାଜ ଅଭିଷେକ ବର୍ମା ଶନିବାର କମ୍ପାଉଣ୍ଡ ଇଭେଣ୍ଟରେ ବ୍ରୋଞ୍ଜ୍‍ ପଦକ ଜିତିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories