www.samajalive.in
Wednesday, December 10, 2025
18.1 C
Bhubaneswar

କଂଗ୍ରେସ ପୋଷ୍ଟରରେ ରାହୁଲ ‘ପଣ୍ଡିତ’, ସୋନିଆ ଗାନ୍ଧି ‘ଭାରତୀୟ ହିନ୍ଦୁ’

ପାଟନା : ବିହାରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ଏହି କ୍ରମରେ ରାଜଧାନୀ ପାଟନାରେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା କେତେକ ନୂଆ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଆରମ ରହିଛି। ଏହି ପୋଷ୍ଟରରେ କଂଗ୍ରେସର ସବୁ ନେତାଙ୍କ ଫୋଟୋ ସହ ଧର୍ମ ଓ ଜାତି ଦର୍ଶାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଣ୍ଡିତ ଏବଂ ସୋନିଆ ଗାନ୍ଧିଙ୍କୁ ଭାରତୀୟ ହିନ୍ଦୁ ବୋଲି ଦର୍ଶାଯାଇଛି। କୁହାଯାଉଛି ସେପ୍ଟେମ୍ବର ୨୭ରେ ଏହି ଫୋଟୋ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହା ପୂର୍ବରୁ କଂଗ୍ରେସର ଏକ ପୋଷ୍ଟରରେ ଦଳୀୟ ପଦାଧିକାରୀଙ୍କ ଫୋଟା ସହ ଜାତି/ସମ୍ପ୍ରଦାୟ ଆଦି ଲେଖାଯାଇଥିଲା। ପୋଷ୍ଟରରେ ରାହୁଲ ଗାନ୍ଧିଙ୍କ ଫୋଟା ତଳେ ବ୍ରାହ୍ମଣ ସମୂଦାୟ, ଅଳ୍ପେଶ ଠାକୋର ଫୋଟା ତଳେ ପଛୁଆ ବର୍ଗ ସମୂଦାୟ, ଶକ୍ତି ସିଂହ ଗୋହିଲଙ୍କ ଫୋଟୋ ତଳେ ରାଜପୁତ ସମାଜ ଲେଖା ହୋଇଛି। ଏହାର ଜବାବରେ ବିଜେପି ପକ୍ଷରୁ ଏକ ଫୋଷ୍ଟର ରାଜଧାନୀର ଗଳିକନ୍ଦିରେ ମରାଯାଇଥିଲା। ବିଜେପିର ପୋଷ୍ଟରରେ ବିଭିନ୍ନ ନେତାଙ୍କ ଫୋଟୋ ସହ ଧର୍ମ ଓ ଜାତି ଭାରତୀୟ ବୋଲି ଲେଖାଯାଇଥିଲା। ଏବେ ଏକ ନୂଆ ପୋଷ୍ଟର ଆଣି କଂଗ୍ରେସ ଏହାର ଜବାବ ଦେଇଛି। ଏଥିରେ ନେତାଙ୍କୁ ଭାରତୀୟ ହିନ୍ଦୁ, ଭାରତୀୟ ମୁସଲମାନ ଲେଖାଯାଇଛି। ପୋଷ୍ଟରରେ ରାହୁଲ ଗାନ୍ଧି ପଣ୍ଡିତଙ୍କ ରୂପରେ ଶିବଙ୍କ ପୂଜା କରୁଥିବା ଦେଖିବାକୁ ମିଳୁଛି। ପୋଷ୍ଟରର ସର୍ବପ୍ରଥମେ ସୋନିଆ ଗାନ୍ଧିଙ୍କ ଫୋଟୋ ରହିଛି ଓ ଏଥିରେ ଭାରତୀୟ ହିନ୍ଦୁ ଲେଖାଯାଇଛି। ଏହି ପୋଷ୍ଟରରେ ଅନ୍ୟମାନଙ୍କ ମଧ୍ୟରେ ବିହାର କଂଗ୍ରେସର ନବନିଯୁକ୍ତ ସଭାପତି ମଦନ ମୋହନ ଝା’, ବିହାର କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ ଗୋହିଲ, ସାଂସଦ ଅଖିଳେଶ ପ୍ରସାଦ ସିଂହ, ମୀରା କୁମାର ଏବଂ ଅନ୍ୟ ବଡ଼ ନେତାଙ୍କ ଫୋଟୋ ରହିଛି ଓ ତଳେ ଭାରତୀୟ ହିନ୍ଦୁ ଲେଖାଯାଇଛି। କାର୍ଯ୍ୟକାରୀ ସଭାପତି କୈକବ କାଦରୀଙ୍କ ଫୋଟୋ ତଳେ ଭାରତୀୟ ମୁସଲମାନ ଲେଖାଯାଇଛି। କଂଗ୍ରେସର ପୂର୍ବତନ ସଚିବ ସିଦ୍ଧାର୍ଥ ଏବଂ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭେକଂଟେଶଙ୍କ ପକ୍ଷରୁ ଏହି ଫୋଷ୍ଟର ଲଗାଯାଇଛି ବୋଲି କୁହାଯାଇଛି। ଫଳରେ ବିହାର ବିଧାନସଭା ନିର୍ବାଚନରେ ଧର୍ମ ଏବଂ ଜାତି ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories