www.samajalive.in
Wednesday, December 10, 2025
18.1 C
Bhubaneswar

ମିଳିିତ ଜାତିସଂଘରେ ଭାରତର ଜବାବ; ଆତଙ୍କବାଦୀ ରାକ୍ଷସ ସୃଷ୍ଟି କରୁଛି ପାକିସ୍ତାନ

ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୭୩ତମ ଅଧିବେଶନରେ ପାକିସ୍ତାନ ପକ୍ଷରୁ ସମାଲୋଚନା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ଇନମ ଗମ୍ଭୀର ‘ରାଇଟ ଟୁ ରିପ୍ଲାଏ’ ବ୍ୟବହାର କରି କହିଛନ୍ତି ଯେ ଭାରତ ପୂର୍ବଭଳି ଧୈର୍ଯ୍ୟଧରି ରହିଛି। ଏଠାରେ ଆମେ ନୂଆ ପାକିସ୍ତାନକୁ ଶୁଣିବାକୁ ଆସିଥିଲୁ, କିନ୍ତୁ ପାକିସ୍ତାନ ଏବେ ବି ନିଜ ପୁରୁଣା ଢାଞ୍ଚାରୁ ବାହାରକୁ ଆସିନାହିଁ। ପାକିସ୍ତାନ ଏବେ ବି ଆତଙ୍କବାଦ ଭଳି ରାକ୍ଷସ ସୃଷ୍ଟି କରି ଚାଲିଛି। ନିଜ ପଡୋଶୀ ଦେଶଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପାକିସ୍ତାନ ଏଭଳି ଆତଙ୍କବାଦୀଙ୍କୁ ଜନ୍ମ ଦେଉଛି।
ଏହାସହ ଭାରତ ଏକ ଆତଙ୍କବାଦୀଙ୍କ ପ୍ରାୟାଜକ ରାଷ୍ଟ୍ର ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ କୁରେଶୀ ଅଭିଯୋଗକୁ ଖଣ୍ଡନ କରି ଇନମ କହିଥିଲେ ଯେ ଏହା ଏକ ଆଧାରହୀନ ଅଭିଯୋଗ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ କୁରେଶୀ ନିଜ ଭାଷଣରେ କହିଥିଲେ ଯେ ୨୦୧୪ ପେଶାୱାର ସ୍କୁଲ ଉପରେ ସଂଗଠିତ ଆତଙ୍କବାଦୀ ଆକ୍ରମଣ ପଛରେ ଭାରତର ହାତ ଥିଲା। ଗମ୍ଭୀର ଏହାର ଜବାବରେ କହିଛନ୍ତି ଯେ ପେଶାୱାର ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣର ଭାରତ ନିନ୍ଦା କରିଥିଲା। ଭାରତୀୟ ସଂସଦର ଉଭୟ ସଦନରେ ଏନେଇ ଶୋକ ବ୍ୟକ୍ତ କରାଯିବା ସହ ମୌନ ରଖାରଯାଇଥିଲା। ଭାରତର ସବୁ ସ୍କୁଲ ପିଲାମାନେ ଦୁଇ ମିନିଟ୍‍ର ମୌନ ରଖିଥିଲେ। ଏଭଳି କରି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପେଶାୱାର ଆକ୍ରମଣରେ ମୃତ ପିଲାଙ୍କ ଅପମାନ କରୁଛି। ପାକିସ୍ତାନ ଏକ ଆତଙ୍କବାଦୀ ପ୍ରାୟୋଜକ ରାଷ୍ଟ୍ର ହୋଇଥିବାରୁ ଭାରତକୁ ସେହି ଶ୍ରେଣୀକୁ ନେବା ପାଇଁ ବୃଥା ପ୍ରୟାସ କରୁଛି। ଏଭଳି କରି ପାକିସ୍ତାନ ନିଜକୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ନୁହେଁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି। ହେଲେ ପାକିସ୍ତାନର ସମସ୍ତ ପ୍ରୟାସ ବୃଥା ଯିବ। ପଡୋଶୀ ଦେଶଗୁଡ଼ିକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ଅତାଙ୍କବାଦୀଙ୍କୁ ପ୍ରସୟ ଦେଇଛି ଓ ବଢାଉଛି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଶନିବାର ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ବୈଠକରେ ବିଶ୍ୱନେତାଙ୍କୁ ସମ୍ବୋଧନ କରି ସୁଷମା ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ସୁଷମା କହିଥିଲେ ଯେ ଇସଲାମାବାଦ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ଲାଗି ନୂଆଦିଲ୍ଲୀ ଅନେକବାର ଉଦ୍ୟମ କରିଛି; ମାତ୍ର ପାକିସ୍ତାନର ବ୍ୟବହାର ଯୋଗୁଁ ଭାରତ ଏହାକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଛି। ଭାରତରେ ନିରୀହ ଲୋକଙ୍କ ଜୀବନ ନେଉଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇ ସେମାନଙ୍କ ନାମରେ ଡାକଟିକଟ ପ୍ରଚଳନ କରୁଛି। ମାନବାଧୀକାର ପରିବର୍ତ୍ତେ ଆତଙ୍କବାଦୀଙ୍କୁ ଗୁରୁତ୍ୱ ଦେଇ ପାକିସ୍ତାନ ଆତଙ୍କବାଦକୁ ନିଜର ଜାତୀୟ ନୀତି ଦର୍ଶାଉଛି। ପାକିସ୍ତାନ ଯେପର୍ଯ୍ୟନ୍ତ ଆତଙ୍କବାଦ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ତା’ ସହିତ ଦ୍ୱିପାକ୍ଷିକ ଆଲୋଚନା ଅସମ୍ଭବ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories