www.samajalive.in
Friday, December 12, 2025
17.1 C
Bhubaneswar

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଯାଜପୁର  : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସଂପତି ରୈାଦ୍ର ତାପ ବୃଦ୍ଧି ପାଇଥିବାରୁ ସମସ୍ତ ବିଭାଗ ଅଂଶୁଘାତର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।  ବିଶେଷ କରି ଜଳ ଯୋଗାଣ, ଜଳ ଛତ୍ର ସ୍ଥାପନ, ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ତ୍ୱରାନ୍ୱିତ ଚିକିତ୍ସା, ନିୟନ୍ତ୍ରଣ କକ୍ଷ ପରିଚାଳନା ଊପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।  ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ଅଂଶୁଘାତର ମୁକାବିଲା ପାଇଁ ସମସ୍ତେ ସଜାଗ ରହିବା ସହ କୈାଣସି ପ୍ରକଳ୍ପ ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଆସିଲେ ତୁରନ୍ତ ଆରକ୍ଷୀ ବିଭାଗର ସହଯୋଗ ନେବାକୁ ଅନୁରୋଧ କରିଥିଲେ।  ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ବୈଠକ ପରିଚାଳନା କରି ଅଂଶୁଘାତ ସହ ଆଗାମୀ ବର୍ଷା ଋତୁ ପୂର୍ବରୁ ନଦୀ ବନ୍ଧ ମରାମତି ଓ ସୁଦୃଢିକରଣ, ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳର ପୁନଃରୁଦ୍ଧାର ଓ ମରାମତି, ବୋଟ ମରାମତି, ପଲିଥିନ ମହଜୁଦ, ଚାଊଳ ଓ କିରୋସିନୀ ମହଜୁଦ, ପ୍ରତି ବ୍ଲକ ଓ ପଞ୍ଚାୟତର କଣ୍ଟିଜେଣ୍ଟ ପ୍ଳାନ ପ୍ରସ୍ତୁତ କରିବା, ମଣିଷ ଓ ପଶୁ ପକ୍ଷୀଙ୍କ ଔଷଧ ମହଜୁଦ ରଖିବା, ବିପର୍ଯ୍ୟୟ ସମ୍ୱେଦନଶୀଳ ଅଞ୍ଚଳକୁ ଚିହ୍ନଟ କରି ପଦକ୍ଷେପ ନେବା, ସ୍ୱେଚ୍ଚ୍ଥାସେବୀ, ଲୋକ ପ୍ରତିନିଧି ମାନଙ୍କୁ ବିପର୍ଯ୍ୟୟ ପରିଚାଳନାରେ ସାମିଲ କରି ସହଯୋଗ ନେବାକୁ ଆଲୋକପାତ କରିଥିଲେ। ଲୋକ ମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା, ବାହାରୁଥିଲେ ଚ୍ଥତା, ଜୋତା, କଳା ଚଷମା ପରିଧାନ ସହ ପାଣି ବୋତଲ ସାଥିରେ ନେବା, ଅଂଶୁଘାତର ଲକ୍ଷଣ ଓ ଚିକିତ୍ସା ପ୍ରଣାଳୀ ସଂପର୍କରେ ଲୋକମାନଙ୍କୁ ବ୍ୟାପକ ସଚେତନ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଅଂଶୁଘାତ ମୃତ୍ୟୁ କ୍ଷେତ୍ରରେ ଯୁଗ୍ମ ତଦନ୍ତ ଆଧାରରେ ରିପୋର୍ଟ କରିବାକୁ ନିୟମ ଥିବାରୁ ଏହାକୁ କଡାକଡି ପାଳନ ପାଇଁ ନିର୍ଦେଶ ଦିଆଯାଇଥିଲା।  ସେହିପରି ଖରାଦିନେ ଜଙ୍ଗଲ ପୋଡିର ଆଶଙ୍କା ଥିବାରୁ ଏହାକୁ ପ୍ରତିହତ ପାଇଁ ଜଙ୍ଗଲ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।  ଏହି ବୈଠକରେ ଊପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରି ନାରାୟଣ ବାରିକ, ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ, ଅନ୍ୟାନ୍ୟ ବିଭାଗର ଅଧିକାରୀ, ପ୍ରମୁଖ ଭର୍ଚୁଆଲ ମୋଡରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ  କରିଥିଲେ। ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଓ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ବେହୁରିଆ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories